ବିଦେଶ ଗସ୍ତରେ ସାଂସଦ ରାହୁଲ ଗାନ୍ଧୀ, ଡିସେମ୍ବର ୯ରେ ଯିବାର ରହିଛି କାର୍ଯ୍ୟକ୍ରମ

ବିଦେଶ ଗସ୍ତରେ ଯିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ୯ ଡିସେମ୍ବରରେ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

ନୂଆଦିଲ୍ଲୀ: ବିଦେଶ ଗସ୍ତରେ ଯିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ୯ ଡିସେମ୍ବରରେ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ସେ ଇଣ୍ଡୋନେସିଆ, ସିଙ୍ଗାପୁର, ମ୍ୟାଲେସିଆ ଏବଂ ଭିଏତନାମା ଗସ୍ତ କରିବେ ବୋଲି ସୂଚନା ରହିଛି । ଏହି ସମୟରେ ସେ ସିଙ୍ଗାପୁର ଏବଂ ମ୍ୟାଲେସିଆର ଲୋକମାନଙ୍କୁ ସାକ୍ଷାତ କରିବେ । ଏଥିସହ ଇଣ୍ଡୋନେସିଆର ନେତାମାନଙ୍କ ସହ ସାକ୍ଷାତ୍‌ କରିବେ । ଏହା ସହ ୧୨ ତାରିଖ ମଙ୍ଗଳବାର ଦିନ ଭିଏତ୍‌ନାମାର କମ୍ୟୁନିଷ୍ଟ ପାର୍ଟିର ନେତାମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଚଳିତ ବର୍ଷ ସାଂସଦ ରାହୁଲ ଗାନ୍ଧି ନେଦରଲ୍ୟାଣ୍ଡ,ନରେଓ୍ଵ, ଫ୍ରାନ୍ସ, ଆମେରିକା, ବ୍ରିଟେନ୍‌, ବେଲ୍‌ଜିୟମ୍‌ ସହ ଅନେକ ଦେଶ ଗସ୍ତରେ ଯାଇଛନ୍ତି । ଏହାସହ ସେଠାରେ ରହୁଥିବା ଭାରତୀୟ ପ୍ରବାସୀଙ୍କ ସହ ସାକ୍ଷାତ୍‌ କରି ଆଲୋଚନା କରିଥିଲେ । ସାଂସଦ ରାହୁଲ ଗାନ୍ଧୀ ବିଶ୍ୱ ବିଦ୍ୟାଳୟର ଛାତ୍ରମାନଙ୍କ ସହ ଅଲୋଚନା ମଦ୍‌ୟ କରିଥିଲେ । ତେବେ ରାହୁଲ ଗାନ୍ଧୀଙ୍କ ସମସ୍ତ କାର୍ଯ୍ୟକ୍ରମ ଭାରତୀୟ ବିଦେଶ କଂଗ୍ରେସ ଆୟୋଜନ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାଞ୍ଚଟି ରାଜ୍ୟ ମିଜୋରାମ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ ଏବଂ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ବ୍ୟସ୍ତ ଅଛନ୍ତି ।ଏବଂ ଅନେକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ ଅମୃତସରର ସୁବର୍ଣ୍ଣ ମନ୍ଦିର ଏବଂ ପବିତ୍ର ମନ୍ଦିର କେଦାରନାଥ ଧାମକୁ ବ୍ୟକ୍ତିଗତ ତୀର୍ଥଯାତ୍ରା କରିଥିଲେ। ରାହୁଲ ଗାନ୍ଧୀ ମେ’ର ଶେଷ ସପ୍ତାହରେ ଆମେରିକା ଯାଇ ସେଠାରେ ଭାରତୀୟ ଛାତ୍ର ଏବଂ ଏନଆରଆଇଙ୍କ ସହ ଆଲୋଚନା କରିଥିଲେ। ଏହି ସମୟ ମଧ୍ୟରେ ସେ ଏକ ଭାଷଣ ମଧ୍ୟ ଦେଇଥିଲେ ଯାହା ଅନେକ ବିବାଦ ସୃଷ୍ଟି କରିଥିଲା ।

ତେବେ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଡିସେମ୍ବର ୩ରେ ବାହାରିବ । ତା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍‌ଧୀ ବିଦେଶ ଗସ୍ତରେ ବାହାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.