ପ୍ରଥମ ପର୍ଯ୍ୟାୟରେ ଉଦ୍ଧାର ହେଲେ ୫ ଶ୍ରମିକ

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଦେଶବାସୀଙ୍କ ପ୍ରାର୍ଥନା ଶୁଣିଛନ୍ତି ଭଗବାନ୍ । ଭଗବାନ ଓ ବିଜ୍ଞାନର କରାମତିରେ ଜିତିପାରିଛି ଜୀବନ । ଶେଷରେ ଅନ୍ଧାର ଗମ୍ଭୀରା ଟନେଲ ଭିତରୁ ବାହାରିଛନ୍ତି ଶ୍ରମିକମାନେ । ଦୀର୍ଘ ୧୭ ଦିନର ପରିଶ୍ରମ ପରେ ଏବେ ଉଦ୍ଧାର ହୋଇଛନ୍ତି ଶ୍ରମିକ । ପ୍ରଥମ ପର୍ଯ୍ୟାୟରେ ୫ ଶ୍ରମିକ ଉଦ୍ଧାର ହୋଇଛନ୍ତି ।

ଶ୍ରମିକମାନେ ଏତେଦିନ ପରେ ସୂର୍ଯ୍ୟ ଆଲୋକ ଟିକିଏ ଦେଖିଛନ୍ତି । ଯାହାକୁ ଦେଖିବା ପାଇଁ ଏତେ ଦିନ ଧରି କରୁଥିଲେ ସଂଘର୍ଷ । ବାହାରକୁ ଆସିବା ପାଇଁ ଦିନ ଗଣୁଥିଲେ । ଶେଷରେ ଏବେ ସଫଳତା ପୂର୍ବକ ଟନେଲ ବାହାରକୁ ବାହାରି ଏକ ନୂଆ ଜୀବନ ପାଇଛନ୍ତି ।

କାହାର ପରିବାର ଲୋକେ ଟନେଲ ବାହାରେ ଅପେକ୍ଷା କରିଥିଲେ ତ ଆଉ କିଏ ନିଜ ଘରେ ରହି ଠାକୁରଙ୍କୁ ଡାକୁଥିଲେ । ଏହି କ୍ଷଣକୁ ଅପେକ୍ଷା କରି ରହିଥିବାଳେ ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ତେବେ କୁହାଯାଏ ପରିଶ୍ରମର ଫଳ କେବେ ବୃଥା ଯାଏନା ତାର ଜ୍ୱଳନ୍ତ ଉଦାହରଣ ଏଠାରେ ଦେଖିବାକୁ ମିଳିଛି । ଏଥିରେ ରହିଛନ୍ତି ଓଡ଼ିଶାର ୫ ଜଣ ଶ୍ରମିକ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.