ତାମିଲନାଡ଼ୁରେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ, କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଲେ, ‘ପିଏମ୍‌ଙ୍କର ବି ଯାଞ୍ଚ କରନ୍ତୁ’

ତାମିଲନାଡ଼ୁର ନୀଳଗିରିରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି । ନିର୍ବାଚନ ଆୟୋଗର ଅଧିକାରୀମାନେ ସୋମବାର ରାହୁଲ ଗାନ୍ଧିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଯାଞ୍ଚ କରିଥିବା ଜଣାପଡ଼ିଛି ।

ତାମିଲନାଡ଼ୁର ନୀଳଗିରିରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି । ନିର୍ବାଚନ ଆୟୋଗର ଅଧିକାରୀମାନେ ସୋମବାର ରାହୁଲ ଗାନ୍ଧିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଯାଞ୍ଚ କରିଥିବା ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ଜଣାପଡ଼ିଛି । ପୋଲିସ କହିଛି ଯେ ହେଲିକପ୍ଟର ନୀଳଗିରିରେ ଅବତରଣ କରିବା ପରେ ଫ୍ଲାଇଙ୍ଗ ସ୍କ୍ଵାଡ୍‌ର ଅଧିକାରୀମାନେ ଏହାକୁ ଯାଞ୍ଚ କରିଥିଲେ ।

ରାହୁଲ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ କେରଳର ୱାୟନାଡ ଯାଉଥିଲେ, ସେଠାରେ ତାଙ୍କର ଅନେକ ପ୍ରଚାର ରାଲି ଆୟୋଜନର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସାର୍ବଜନିକ ବୈଠକ ମଧ୍ୟ ହେବାର ଅଛି । କହି ରଖୁଛୁ, ରାହୁଲ ଗାନ୍ଧି ୱାୟନାଡରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯେଉଁଠାରେ ଏପ୍ରିଲ ୨୬ରେ ନିର୍ବାଚନ ହେବାର ଅଛି ।

ସେପଟେ ରାହୁଲଙ୍କ ଚପର ଯାଞ୍ଚ ଉପରେ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି, ‘ଯାଞ୍ଚ କରନ୍ତୁ, ବିଲ୍‌କୁଲ ଯାଞ୍ଚ କରନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଚପର ବି ଚେକ୍‌ କରନ୍ତୁ । ସେ ଭାରତ ଯୋଡୋ ଯାତ୍ରା କରିଛନ୍ତି, ସେ ଆମର ନେତା । ଯଦି ତାଙ୍କର ଭିଜୁଆଲ୍ ରହିବନି, ତେବେ କାହାର ରହିବ’ ।

ଗତ ବୁଧବାର ରାହୁଲ ଗାନ୍ଧି ୱାୟନାଡରେ ଏକ ବଡ଼ ରୋଡ୍ ଶୋ’ କରିଥିଲେ । କଂଗ୍ରେସ ନେତା ତାଙ୍କର ଦୁଇ ଦିନିଆ ଗସ୍ତରେ କେରଳରେ ପହଞ୍ଚିବେ ଏବଂ ସନ୍ଧ୍ୟାରେ କୋଝିକୋଡ୍‌ରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) ରାଲିରେ ଯୋଗଦେବେ । ଏହା ସହିତ ତାଙ୍କ ନିର୍ବାଚନମଣ୍ଡଳୀରେ ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ ।

ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ କେରଳର ସମସ୍ତ ୨୦ଟି ନିର୍ବାଚନମଣ୍ଡଳୀରେ ଏପ୍ରିଲ ୨୬ରେ ମତଦାନ ହେବ । କହି ରଖୁଛୁ, ନିକଟରେ ରାହୁଲ ଗାନ୍ଧିଙ୍କୁ ମଧ୍ୟପ୍ରଦେଶର ଶହଡୋଲରେ ରାତି ବିତାଇବାକୁ ପଡ଼ିଥିଲା । ପ୍ରଥମତଃ ତାଙ୍କ ହେଲିକପ୍ଟରରୁ ଇନ୍ଧନ ସରିଯାଇଥିଲା ଏବଂ ଦ୍ୱିତୀୟରେ ପାଗ ଖରାପ ହେତୁ ହେଲିକପ୍ଟର ଉଡ଼ାଣ ଭରିପାରି ନ ଥିଲା, ଯାହା ପରେ ସେ ଶହଡୋଲରେ ହିଁ ରାତିରେ ରହିଯାଇଥିଲେ । ଏଠାରେ ରାହୁଲ ଗାନ୍ଧି ଶହଡୋଲ-କଟନି ଜାତୀୟ ରାଜପଥ ନଂ.୪୩ସ୍ଥିତ ଢାବାରେ ପହଞ୍ଚି ରାତ୍ରିଭୋଜନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.