Below header

୨ ମାସ ପୂର୍ବରୁ ହରିୟାଣାରୁ ଆସିଥିବା ୫ କୋଟି ଟଙ୍କାର ରେଳ ଇଞ୍ଜିନ୍ ପହଞ୍ଚିନାହିଁ ମୁମ୍ବାଇରେ, ଜାଣନ୍ତୁ କାରଣ

ମୁମ୍ବାଇ ପୋଲିସ ନିକଟରେ ଏକ ରେଳ ଇଞ୍ଜିନର ଡେଲିଭରୀ ହୋଇନଥିବା ମାମଲାର ଅଭିଯୋଗ ଆସିଥିଲା । ଦୁଇ ମାସ ପୂର୍ବରୁ ହରିୟାଣାରୁ ମୁମ୍ବାଇ ପାଇଁ ପଠାଯାଇଥିବା ରେଳ ଇଞ୍ଜିନ ଏପର୍ଯ୍ୟନ୍ତ ମୁମ୍ବାଇରେ ପହଞ୍ଚି ନାହିଁ । ଏହି ମାମଲାରେ ରେଳ ବିଭାଗର କର୍ମଚାରୀ ମୁମ୍ବାଇ ପୋଲିସ ପାଖରେ ଅଭିଯୋଗ କରିଛନ୍ତି ।

ମୁମ୍ବାଇ : ମୁମ୍ବାଇ ପୋଲିସ ନିକଟରେ ଏକ ରେଳ ଇଞ୍ଜିନର ଡେଲିଭରୀ ହୋଇନଥିବା ମାମଲାର ଅଭିଯୋଗ ଆସିଥିଲା । ଦୁଇ ମାସ ପୂର୍ବରୁ ହରିୟାଣାରୁ ମୁମ୍ବାଇ ପାଇଁ ପଠାଯାଇଥିବା ରେଳ ଇଞ୍ଜିନ ଏପର୍ଯ୍ୟନ୍ତ ମୁମ୍ବାଇରେ ପହଞ୍ଚି ନାହିଁ । ଏହି ମାମଲାରେ ରେଳ ବିଭାଗର କର୍ମଚାରୀ ମୁମ୍ବାଇ ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ଯେଉଁ ରେଳ ଇଞ୍ଜିନର ଡେଲିଭରୀ ହେବାର ଥିଲା ତାହାର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

ବଡାଲା ଟିଟି ପୋଲିସ ଷ୍ଟେସନର ଏକ ଅଧିକାରୀଙ୍କ କହିବା ଅନୁସାରେ, ପ୍ରାୟ ଦୁଇ ମାସ ପୂର୍ବରୁ ଟ୍ରେଲର ଗାଡିରେ ଲୋଡ କରାଯାଇଥିଲା ମୁମ୍ବାଇ ଆସିବା ପାଇଁ । ହେଲେ ସେହି ରେଳ ଇଞ୍ଜିନ ମୁମ୍ବାଇରେ ପହଞ୍ଚି ନ ଥିବାରୁ ରେଳ ବିଭାଗର କର୍ମଚାରୀ ପୋଲିସ ପାଖରେ ଏନେଇ ଅଭିଯୋଗ କରିଥିଲେ ।

ରେଳ ବିଭାଗର କର୍ମଚାରୀ ଅନିଲ କୁମାର ଗୁପ୍ତାଙ୍କ ଅଭିଯୋଗ ଅନୁସାରେ, ପବନ ଶର୍ମା ନାମକ ଜଣେ ରେଳ କର୍ମଚାରୀଙ୍କୁ ରେଳ ଇଞ୍ଜିନ ମୁମ୍ବାଇରେ ଡେଲିଭରୀ କରିବା ପାଇଁ ଦାୟତ୍ୱ ଦିଆଯାଇଥିଲା । ହେଲେ ସେହି ରେଳ ଇଞ୍ଜିନ ମୁମ୍ବାଇରେ ପହଞ୍ଚି ନଥିଲା । ଦୁଇ ଜଣଙ୍କ ମଧ୍ୟରେ ଏହି କାମ ପାଇଁ ୪,୨୫,୦୦୦ ଟଙ୍କାର ଡିଲ ହୋଇଥିଲା । ଅନିଲ ଗୁପ୍ତା ସେହି ଟଙ୍କା ମଧ୍ୟରୁ ୪ ଲକ୍ଷ ଟଙ୍କା ପବନ ଶର୍ମାକୁ ଦେଇଥିଲେ ।

ପବନ ଶର୍ମାଙ୍କ କମ୍ପାନୀ ୨ ମେ ରେ ଟ୍ରେଲର ଗାଡିରେ ଇଞ୍ଜିନ ଲୋଡ କରିଥିଲେ । ହେଲେ ଟଙ୍କା ଦେବାରେ ଡେରି ହେବା ଯୋଗୁ ଇଞ୍ଜିନଟିକୁ ମୁମ୍ବାଇରେ ଡେଲିଭରୀ କରିନାହାନ୍ତି । ପବନ ଶର୍ମା ପୋଲିସଙ୍କୁ କହିଛନ୍ତି ଯେ ରେଳ ଇଞ୍ଜିନ ରାଜସ୍ଥାନର ଏକ ପେଟ୍ରୋଲ ପମ୍ପରେ ରହିଛି । ସେ ପୋଲିସକୁ ସୂଚନା ଦେଇ କହିଛନ୍ତି ଯେ, ୬୦ ଟଙ୍କା ନ ଦେବା କାରଣରୁ ରେଳ ଇଞ୍ଜିନଟି ଡେଲିଭରୀ କରାଯାଇନାହିଁ । ପୋଲିସ ରେଳ ଅଧିକାରୀ ଅନିଲ ଗୁପ୍ତାଙ୍କ ଅଭିଯୋଗକୁ ଆଧାର କରି ଆ.ପି.ସି ଧାରା ୪୦୬ ଓ ୪୨୦ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.