Below header

ଗୁଜୁରାଟ ଜୁନାଗଡ଼ରେ ଭୟଙ୍କର ବର୍ଷା, ପାଣିରେ ଭାସିଗଲା ଗାଡ଼ି, ପଶୁ ସବୁ କିଛି

ଗୁଜୁରାଟରେ ଭୟଙ୍କର ବର୍ଷା, କିଛି ଅଂଚଳରେ ବର୍ଷାର ପ୍ରକୋପ ଏମିତି ହୋଇଛି ଯେ ପାଣିରେ ଭାସିଯାଇଛି ଗାଡ଼ି ଓ ଗୃହପାଳିତ ପଶୁ । ଜୁନାଗଡ଼ ଓ ନବସାରୀ ଅଂଚଳର ଏକ ଭିଡିଓ ଭାଇରାଲ ହୋଇଛି ।

ଅହମ୍ମଦାବାଦ : ଗୁଜୁରାଟରେ ଭୟଙ୍କର ବର୍ଷା, କିଛି ଅଂଚଳରେ ବର୍ଷାର ପ୍ରକୋପ ଏମିତି ହୋଇଛି ଯେ ପାଣିରେ ଭାସିଯାଇଛି ଗାଡ଼ି ଓ ଗୃହପାଳିତ ପଶୁ । ଜୁନାଗଡ଼ ଓ ନବସାରୀ ଅଂଚଳର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଦେଖାଯାଇଛି, ପ୍ରବଳ ବର୍ଷାରେ ସବୁ ଆଡେ ବନ୍ୟା ଭଳି ଜଳ ଭର୍ତ୍ତି ହୋଇଛି ।

ସେଠାରେ ୪ ଘଣ୍ଟାରେ ୧୩ ଇଞ୍ଚ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ତଳି ଅଂଚଳରେ ୫ ଫୁଟର ପାଣି ଥିବା ଦେଖାଯାଇଛି । ବର୍ଷା ପାଣିରେ ବହୁ ସଂଖ୍ୟାରେ ଗାଡ଼ି ଓ ପଶୁ ଭାସି ଯାଉଥିବାର ଲକ୍ଷ୍ୟ କରାଯାଇଛି ।

ଆଗାମୀ କିଛି ଦିନ ଧରି ମଧ୍ୟ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ପ୍ରକାଶଯୋଗ୍ୟ. ୧୯୮୩ ପରେ ଜୁନାଗଡରେ ପ୍ରଥମ ଥର ପାଇଁ ଏପରି ବର୍ଷା ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.