ଥାନାରେ ଭାଉଜ ମଥାରେ ସିନ୍ଦୂର ଦେଲା ଦିଅର, ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ଦୁହିଁକୁ ବାହା କଲା ପୋଲିସ

ସାମସିଙ୍ଗା ଗାଁର ଝିଲି ପ୍ରଧାନ ୩ ବର୍ଷ ତଳେ ସୁବଳୟା ଥାନା ସାନକିରାସିରା ଗାଁର ମାଧବ ପ୍ରଧାନଙ୍କୁ ବିବାହ କରିଥିଲ । ଏଭିତରେ ଖଣ୍ଡହତା ପଞ୍ଚାୟତର ବରଘାଟ ଗାଁର ପରେମେଶ୍ଵର ପ୍ରଧାନ ତାଙ୍କ ମାଉସି ପୁଅ ଭାଇ ମାଧବଙ୍କ ଘରକୁ ଯାଆସ କରନ୍ତି । ଏହି ସମୟରେ ଭାଉଜ ଝିଲି ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ଦୁହିଁଙ୍କୁ ବିବାହ ପାଇଁ ମନସ୍ଥ କରିଥିଲେ ।

ସୁବର୍ଣ୍ଣପୁର(କେନ୍ୟୁଜ୍):  ଥାନାରେ ଭାଉଜ ମଥାରେ ସିନ୍ଦୂର ଦେଲା ଦିଅର । ଫେରାର ଦିଅର-ଭାଉଜଙ୍କୁ ବାହା କରିଛି ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ପରିସରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସାମସିଙ୍ଗା ଗାଁର ଝିଲି ପ୍ରଧାନ ୩ ବର୍ଷ ତଳେ ସୁବଳୟା ଥାନା ସାନକିରାସିରା ଗାଁର ମାଧବ ପ୍ରଧାନଙ୍କୁ ବିବାହ କରିଥିଲ । ଏଭିତରେ ଖଣ୍ଡହତା ପଞ୍ଚାୟତର ବରଘାଟ ଗାଁର ପରେମେଶ୍ଵର ପ୍ରଧାନ ତାଙ୍କ ମାଉସି ପୁଅ ଭାଇ ମାଧବଙ୍କ ଘରକୁ ଯାଆସ କରନ୍ତି । ଏହି ସମୟରେ ଭାଉଜ ଝିଲି ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ଦୁହିଁଙ୍କୁ ବିବାହ ପାଇଁ ମନସ୍ଥ କରିଥିଲେ ।

ଗତ ସପ୍ତାହେ ପୂର୍ବରୁ ଦୁହେଁ ଘରୁ ପଳାଇ ଯାଇଥିଲେ । ଏନେଇ ପରିବାର ଲୋକେ ସୁବଲୟା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଗତ ଗୁରୁବାର ଉଭୟ ପ୍ରମୀଯୁଗଳଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଉଭୟ ଦିଅର ଭାଉଜ ପରସ୍ପରକୁ ବିବାହ କରିବେ ବୋଲି ଅଡି ବସିଥିଲେ । ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ଦୁହିଁକୁ ବାହା କରିଥିଲା ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.