୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍‌ ହ୍ୟାଣ୍ଡ ଧରାପଡିଲେ ଭଦ୍ରକ ବନ୍ତ ଥାନା ଏଏସ୍‌ଆଇ ମାନସ ପରିଡା

ଲାଞ୍ଚ ନେଉଥିବା ବେଳେ ରେଡ୍‌ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ । ଏକ ଜମିଜମା ମାମଲାକୁ ରଫା ଦଫା କରିବାକୁ ବନ୍ତ ଟିଲୋ ଅଞ୍ଚଳର କୈଳାସ ନାଥଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭଦ୍ରକ ଡିଏସପିଙ୍କ ନେତୃତ୍ୱରେ ଭିଜିଲାନ୍ସର ଏକ ଟିମ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜଗି ରହିଥିଲେ ।

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଭଦ୍ରକ ବନ୍ତ ଥାନା ଏଏସ୍‌ଆଇ ମାନସ ପରିଡା । ଲାଞ୍ଚ ନେଉଥିବା ବେଳେ ରେଡ୍‌ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ । ଏକ ଜମିଜମା ମାମଲାକୁ ରଫା ଦଫା କରିବାକୁ ବନ୍ତ ଟିଲୋ ଅଞ୍ଚଳର କୈଳାସ ନାଥଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭଦ୍ରକ ଡିଏସପିଙ୍କ ନେତୃତ୍ୱରେ ଭିଜିଲାନ୍ସର ଏକ ଟିମ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜଗି ରହିଥିଲେ ।

ଲାଞ୍ଚ ଟଙ୍କା ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ । ଏଏସ୍‌ଆଇ ମାନସ ପରିଡାଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରିବା ସହ ଗିରଫ କରିଛି ଭିଜିଲାନ୍ସ । ଘଟଣାରେ ମିଡିଏଟର ସାଜିଥିବା ଜେରକ୍ସ ଦୋକାନୀ ମାଲିକ ଅମରେଶ୍ୱର ନାୟକକୁ ନିଜ ହେପାଜତକୁ ନେବା ସହ ଥାନାରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛି । ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ଏସ୍‌କେ ସାମନ୍ତରାୟଙ୍କ ସହ ବାଲେଶ୍ୱର ଏବଂ ଭଦ୍ରକ ଭିଜିଲାନ୍ସର ୧୧ଜଣିଆ ଟିମ୍‌ ଏହି ଚଢ଼ାଉରେ ସାମିଲ ଥିଲେ l ଏନେଇ ବାଲେଶ୍ୱରର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି l ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.