Below header

ବେପାରୁଆ ଭାବେ ଗାଡି ଚଳାଇ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଚଢାଇ ଦେଲେ, ମୃତ୍ୟୁ ପରେ ଉତ୍ତ୍ୟକ୍ତଙ୍କ ଲଙ୍କାକାଣ୍ଡ

ବେପାରୁଆ ଭାବେ ଯୁବକଜଣକ ଗାଡି ଚଳାଇ ଆସି ଘର ବାହାରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କ ଚଢାଇ ଦେଲେ। ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତଙ୍କ ଲଙ୍କାକାଣ୍ଡ। ବ୍ୟକ୍ତିଙ୍କ ମୃତ୍ୟୁ ପରେ ଗାଡ଼ିରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକେ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢୋ ଅଞ୍ଚଳରେ ଉତ୍ତେଜନା।

ଉଦଳା(କେନ୍ୟୁଜ୍): ଗାଡ଼ି ମଡ଼ାଇ ଦେବା ପରେ ଜାଳି ଦେଲେ ଲୋକେ। ବେପାରୁଆ ଭାବେ ଯୁବକଜଣକ ଗାଡି ଚଳାଇ ଆସି ଘର ବାହାରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କ ଚଢାଇ ଦେଲେ। ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତଙ୍କ ଲଙ୍କାକାଣ୍ଡ। ବ୍ୟକ୍ତିଙ୍କ ମୃତ୍ୟୁ ପରେ ଗାଡ଼ିରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକେ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢୋ ଅଞ୍ଚଳରେ ଉତ୍ତେଜନା।

ଗାଁର ରାଜେଶ ବେହେରା ଏକ ସ୍କୋର୍ପିଓ ଚଳାଇ ବେପରୁଆ ଭାବେ ରାଢୋ ଛକ ନିକଟରୁ ଗାଁ ଭିତରକୁ ଆସୁଥିବା ବେଳେ ନିଜ ଘର ଆଗରେ ଛିଡା ହୋଇଥିବା ରବୀନ୍ଦ୍ର ପାତ୍ରଙ୍କ ଉପରେ ଚଢାଇ ଦେଇଥିଲେ। ଗାଡ଼ି ମଡ଼ାଇ ଦେଇ ରାଜେଶ ଗାଡି ଛାଡି ସେଠାରୁ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିବା ପରେ ରାସ୍ତା କଡରେ ଥିବା ଗାଡ଼ିରେ ନିଆଁ ଲଗାଇଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସେପଟେ ଏହି ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକେ ରାଜେଶ ଘର ଆଗରେ ହୋ ହାଲ୍ଲା କରିବା ସହ ତାଙ୍କ ଘରକୁ ଧସାଇ ପଶିବାକୁ ଚେଷ୍ଟା କରିଛନ୍ତି। ଏହାକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.