Below header

ସୀମାଙ୍କ ପାଇଁ ଲଢ଼ିଲେ ଓକିଲ, ଭାରତରେ ରହିବାକୁ ଦେବାକୁ ରାଷ୍ଟ୍ରପତିଙ୍କୁ କଲେ ଅନୁରୋଧ

ପାକିସ୍ତାନ ମହିଳା ସୀମା ହାଇଦରଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଖବର ଆସୁଛି । ଏବେ ସୀମାଙ୍କ ସୁରକ୍ଷା ପାଇଁ ଆଗେଇ ଆସଛନ୍ତି ଜଣେ ଓକିଲ ଏପି ସିଂହ । ସୀମାଙ୍କ ପ୍ରତି ସହାନୁଭୂତି ଦେଖାଇବା ପାଇଁ ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ।

ନୂଆଦିଲ୍ଲୀ : ପାକିସ୍ତାନ ମହିଳା ସୀମା ହାଇଦରଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଖବର ଆସୁଛି । ଏବେ ସୀମାଙ୍କ ସୁରକ୍ଷା ପାଇଁ ଆଗେଇ ଆସଛନ୍ତି ଜଣେ ଓକିଲ ଏପି ସିଂହ । ସୀମାଙ୍କ ପ୍ରତି ସହାନୁଭୂତି ଦେଖାଇବା ପାଇଁ ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ।

ଓକିଲ ଏପି ସିଂହ ଦାବି କରିଛନ୍ତି,ଭାରତରେ ଏମିତି ପୂର୍ବରୁ ଅନେକ ଲୋକଙ୍କୁ ରହିବାକୁ ଅନୁମତି ଦିଆଯାଇଛି । ଭାରତୀୟଙ୍କୁ ମଧ୍ୟ ଅନ୍ୟ ଦେଶରେ ରହିବାକୁ ଅନୁମତି ଦିଆଯାଇଛି । ଶ୍ରୀ ସିଂହ ଫିଲ୍ମ ଅଭିନେତା ଅକ୍ଷୟ କୁମାରଙ୍କ ଉଦାହରଣ ଦେଇଛନ୍ତି ।

ଅକ୍ଷୟଙ୍କୁ ମଧ୍ୟ ଅନ୍ୟ ଦେଶର ନାଗରିକତା ମିଳିଛି । ସେହିପରି ଗାୟକ ଅଦନାନ ସାମୀଙ୍କୁ ମଧ୍ୟ ଭାରତରେ ରହିବାକୁ ଅନୁମତି ଦିଆଯାଇଛି ବୋଲି ଓକିଲ ଯୁକ୍ତି ବାଢ଼ିଛନ୍ତି । ଭାରତରେ ସ୍ୱାମୀ ସଚ୍ଚିନଙ୍କ ସହ ରହିବାକୁ ମଧ୍ୟ ସୀମା ରାଷ୍ଟ୍ରପତିଙ୍କୁ ଆବେଦନ କରିଛନ୍ତି ।

ଓକିଲ ଏସପି ସିଂହ ଆହୁରି ଯୁକ୍ତି ବାଢ଼ିଛନ୍ତି, ସୀମା ଯଦି ଆଇଏସଆଇ ଏଜେଣ୍ଟ ହୋଇଥାନ୍ତେ, ତେବେ ସେ ସମସ୍ତ ଡକୁମେଣ୍ଟ ସହ ପିଲାଙ୍କୁ ଧରି ଭାରତ ଆସି ନଥାନ୍ତେ । ସୀମାଙ୍କ ପ୍ରେମ ସଚ୍ଚୋଟ । ତାଙ୍କର କୌଣସି ଦୋଷ ନାହିଁ, ସେ ଯାଞ୍ଚ ଏଜେନ୍ସିଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସୀମାଙ୍କ ଭାରତ ଆସିବା ତରିକା ଭୁଲ ହୋଇପାରେ,ହେଲେ ତାଙ୍କର ପ୍ରେମ ସଚ୍ଚା । ତେଣୁ ତାଙ୍କୁ ଭାରତୀୟ ନାଗରିକତା ମିଳିବା ଦରକାର ବୋଲି ଓକିଲ ଏସପି ସିଂହ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.