Below header

ଆମେରିକା ଟେକ୍ସାସ୍‌ରେ ଜମିଲା ରଜ ପର୍ବ, ସାମିଲ ହେଲେ ଓଡ଼ିଆଙ୍କ ସହ ଅନ୍ୟ ଭାଷାଭାଷୀ ଲୋକେ

ଯେଉଁଠି ଓଡ଼ିଆ ସେଇଠି ରଜ । ସୁଦୂର ଆମେରିକାରେ ମଧ୍ୟ ରଜ ଉତ୍ସବକୁ ଉତ୍ସାହର ସହ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆମାନେ ।

ଯେଉଁଠି ଓଡ଼ିଆ ସେଇଠି ରଜ । ସୁଦୂର ଆମେରିକାରେ ମଧ୍ୟ ରଜ ଉତ୍ସବକୁ ଉତ୍ସାହର ସହ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆମାନେ । ଟେକ୍ସାସର ୟୁନିଭର୍ସାଲ ଶ୍ରଦ୍ଧା ଫାଉଣ୍ଡେସନ୍‌ ତଥା ଜଗନ୍ନାଥ ହିନ୍ଦୁ ଟେମ୍ପୁଲ ତରଫରୁ ଚଳିତ ବର୍ଷ ଓଡ଼ିଶାର ପ୍ରମୁଖ ପର୍ବ ରଜ ଉତ୍ସବ ପାଳନ କରାଯାଇଛି । ଏଠାକାର ଓଡ଼ିଆ ସମାଜ ତିନି ଦିନ ଧରି ରଜ ପାଳନ କରିଥିଲେ । ଯେଉଁଥିରେ ସବୁ ସମ୍ପ୍ରଦାୟ ଏବଂ ଭାରତର ବିଭିନ୍ନ ରାଜ୍ୟର ପ୍ରବାସୀମାନେ ଉତ୍ସାହର ସହ ଭାଗ ନେଇଥିଲେ । ଏହି ଅବସରରେ ଦୋଳି ଖେଳ ସହ ଓଡ଼ିଆ ଘରର ପିଠାପଣା ପ୍ରସ୍ତୁତ କରାଯାଇଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କୁନି ପିଲାଙ୍କ ଠୁ ଆରମ୍ଭ କରି ବଡ଼ମାନେ ନୃତ୍ୟ ପରିବେଷଣ କରିଥିଲେ । ଓଡ଼ିଶାର ପାରମ୍ପରିକ ଖେଳ ସହ ତାସ୍‌, ଲୁଡୁ ଆଦି ଖେଳା ଯାଇଥିଲା । ଉଭୟ ପୁରୁଷ ଓ ମହିଳାମାନେ ଏଥିରେ ସାମିଲ ହୋଇଥିଲେ ।..

RAJA-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.