ରାଜସ୍ଥାନରେ ମହିଳାଙ୍କୁ ମାଗଣା ମୋବାଇଲ ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅଡୁଆରେ ବିଜେପି

ରାଜସ୍ଥାନରେ ମହିଳାଙ୍କୁ ମାଗଣା ମୋବାଇଲ ଦେବା ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି । ଏଥିସହ ମହିଳାଙ୍କୁ ୩ ବର୍ଷ ଯାଏ ମଧ୍ୟ ମାଗଣା ଇଣ୍ଟରନେଟ ସେବା ମିଳିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ନିକଟରେ ସରକାର ‘ଫ୍ରି ମୋବାଇଲ ଯୋଜନା-୨୦୨୩’ ଘୋଷଣା କରିଥିଲେ । ଏହାଦ୍ୱାରା ରାଜ୍ୟର ୧.୩୫ କୋଟି ମହିଳା ଉପକୃତ ହେବେ ବୋଲି ସରକାର ଘୋଷଣା କରିଛନ୍ତି ।

ଜୟପୁର : ରାଜସ୍ଥାନରେ ମହିଳାଙ୍କୁ ମାଗଣା ମୋବାଇଲ ଦେବା ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି । ଏଥିସହ ମହିଳାଙ୍କୁ ୩ ବର୍ଷ ଯାଏ ମଧ୍ୟ ମାଗଣା ଇଣ୍ଟରନେଟ ସେବା ମିଳିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ନିକଟରେ ସରକାର ‘ଫ୍ରି ମୋବାଇଲ ଯୋଜନା-୨୦୨୩’ ଘୋଷଣା କରିଥିଲେ । ଏହାଦ୍ୱାରା ରାଜ୍ୟର ୧.୩୫ କୋଟି ମହିଳା ଉପକୃତ ହେବେ ବୋଲି ସରକାର ଘୋଷଣା କରିଛନ୍ତି ।

ରାଜସ୍ଥାନରେ କଂଗ୍ରେସ ଶାସନକୁ ଆସିବା ପରେ ମହିଳାଙ୍କ ପାଇଁ ବହୁ ଯୋଜନା ସରକାର ଘୋଷଣା କରିଛନ୍ତି । ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଠୁ ଆରମ୍ଭ କରି ମାଗଣା ମୋବାଇଲ,ମେଡିସିନ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ଯେଉଁ ଉଦ୍ଦେଶ୍ୟ ଥିଲା ତାହା ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାକୁ ନେଇ ବିଜେପି ଏବେ ଅଡୁଆରେ ପଡିଛି । ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ବିଜେପି ନେତା ନିମିଶା କହିଛନ୍ତି ଯେ ସରକାର ଏହି ସେବା ବହୁ ବିଳମ୍ବରେ ଘୋଷଣା କଲେ । ଯେତେବେଳେ ଦେଶରେ ଇଣ୍ଟରନେଟ ସବୁଠୁ ଶସ୍ତା ହୋଇଛି, ଏ ସମୟରେ ଏହି ଯୋଜନାର କିଛି ଅର୍ଥ ନାହିଁ ।

ଏହି ମୋବାଇଲ ପରିବାରର ମୁଖ୍ୟ ମହିଳାଙ୍କୁ ମିଳିବ ଯେଉଁମାନଙ୍କର ଜନ ଆଧାର କାର୍ଡ ଥିବ । ସରକାର ମୋବାଇଲ ବଦଳରେ ମହିଳାଙ୍କୁ ଟଙ୍କା ଦେବେ,ଯାହାଦ୍ୱାରା ମହିଳାମାନେ ସେମାନଙ୍କ ପସନ୍ଦରେ ମୋବାଇଲ କିଣିବେ ବୋଲି ସରକାର କହିଛନ୍ତି ।

mob

ରାଜସ୍ଥାନ ସରକାର ଏଥିପାଇଁ ୧୨୦୦ କୋଟି ଟଙ୍କା ବଜେଟରେ ଅନୁମୋଦନ କରିଛନ୍ତି । ଯେଉଁଥିରେ ମହିଳାମାନେ ଫ୍ରି ସ୍ମାର୍ଟ ଫୋନ ପାଇପାରିବେ । ସରକାର କେଉଁ ପ୍ରକାର ସ୍ମାର୍ଟ ଫୋନ ଦେବେ ତାହାର ମଧ୍ୟ ବିବରଣୀ ଦିଆଯାଇଛି । ଏହି ଯୋଜନା ଦ୍ୱାରା ରାଜ୍ୟର ମହିଳାମାନଙ୍କର ଅଭିବୃଦ୍ଧି ଘଟିବ ଓ ମହିଳାଙ୍କ ଶସକ୍ତିକରଣ ଘଟିବ ବୋଲି କଂଗ୍ରେସ ମୁଖପାତ୍ର ସ୍ୱର୍ଣ୍ଣିର୍ମ ଚତୁର୍ବେଦୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.