Below header

ରାମ ରହିମଙ୍କ ଭକ୍ତ କଲେ ଡ଼ାକ ବିଭାଗ ନାକରେ ଦମ୍ : ହଜାର ହଜାର ଲୋକ ପଠାଇଲେ ରାକ୍ଷୀ

ସିରସା : ଯୌନ ଶୋଷଣ ମାମଲାରେ ୨୦ ବର୍ଷ ପାଇଁ ଜେଲରେ ଦଣ୍ଡ ପାଉଥିବା ଅଭିଯୁକ୍ତ ଗୁରମିତ ରାମ ରହିମ୍ ଏବେ ଚର୍ଚ୍ଚାରେ । ତେବେ ଅଭିଯୁକ୍ତ ରାମ ରାହିମଙ୍କ ଦୋଷୀ ସାବ୍ୟସ୍ତ ପରେ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ତାଙ୍କ ପ୍ରତି ଭଲ ପାଇବା କମ ହୋଇନାହିଁ । କିଛି ଦିନ ପୂର୍ବେ ରାମରହିମଙ୍କ ଜନ୍ମ ଦିନ ଅବସରରେ ଡ଼ାକ ଯୋଗେ ବହୁ ସଂଖ୍ୟାକ ଚିଠି ପଠାଇବା ପରେ ଏବେ ରାକ୍ଷୀ ପାଇଁ ବହୁ ସଂଖ୍ୟକ ରାକ୍ଷୀ ପଠାଯାଇଛି । ମହିଳାଙ୍କ ଇଜ୍ଜିତ ସହିତ ଖେଳୁଥିବା ବ୍ୟକ୍ତିଙ୍କୁ ରାକ୍ଷୀରେ ପ୍ରେମ ଏବଂ ଭରାସାର ରାକ୍ଷୀ ପଠାଇଛନ୍ତି ଅନେକ ମହିଳା । ଏପରିକି ଲୋକ ଏତେମାତ୍ରାରେ ରାକ୍ଷୀ ରାମରହିମକୁ ପୋଷ୍ଟ କରିଥିଲେ କି ଶେଷକୁ ଡ଼ାକଘର ଅଫିସରଙ୍କ ଚିନ୍ତାର ବିଷୟ ପାଲଟିଥିଲା ।

ଡ଼ାକ ଘରେ ପହଞ୍ଚିଥିବା ସମର୍ଥକଙ୍କ ଅନୁଯାୟୀ, ତାଙ୍କ ପାଇଁ ଗୁରୁ ସର୍ବପ୍ରିୟ ଏବଂସେ ତାଙ୍କୁ ଏହି ରୁପେ ପ୍ରତି ବର୍ଷ ରାକ୍ଷୀ ପଠାଇବେ । ଆମର ଗୁରୁଜୀ ଜେଲ ଚାଲିଗଲେ ତାଙ୍କ ପ୍ରତି ଆମର ଆସ୍ଥା କମ ହୋଇନାହିଁ । ଏହା ଆଗରୁ ତାଙ୍କ ଜନ୍ମ ଦିନରେ ମଧ୍ୟ ଆମେ ତାଙ୍କୁ ପୋଷ୍ଟ ଯୋଗେ ଜନ୍ମଦିନର ଶୁଭେତ୍ସା ଦେଇଥିଲୁ ।

ଡ଼ାକ କର୍ମଚାରୀଙ୍କ କହିବା ଅନୁଯାୟୀ, ରାମରହିମ୍ଙ୍କୁ ରାକ୍ଷୀ ପଠାଇବା ପାଇଁ ସମର୍ଥକଙ୍କ ସକାଳ ଭୋରରୁ ଭିଡ଼ ଲାଗି ରହୁଛି । ଦୌନିକ ଶତାଧିକ ଲୋକ ଜେଲ ଠିକଣାରେ ତାଙ୍କୁ ରାକ୍ଷୀ ପଠାଉଛନ୍ତି । ଏହି ମଧ୍ୟରେ ପାଖାପାଖି ଏକହଜାର ସ୍ପିଡ଼ ପୋଷ୍ଟ ରାମରହିମଙ୍କ ପାଖକୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.