Below header

ଶାଶୁ ଘରେ ନିର୍ଯାତିତ ହେଉଥିଲା ଝିଅ, ବାଣ ଫୁଟାଇ-ବାଜା ବଜାଇ ନିଜ ଘରୁକୁ ଫେରାଇ ଆଣିଲା ବାପା

ଏଭଳି ବାପାମାଆଙ୍କୁ ପାଇ ଝିଅଟି ଗର୍ବ ଅନୁଭବ କରୁଥିବା ବେଳେ ଦେଖଣାହାରୀ ବି ଚକିତ ହୋଇଯାଇଛନ୍ତି। ଝିଅର ଖୁସି ପାଇଁ ବାପାମାନେ ସର୍ବଦା କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଇଥାଆନ୍ତି । କେବେ ସେମାନେ ନିଜ ଝିଅର ଯନ୍ତ୍ରଣା ସହ୍ୟ କରିପାରନ୍ତି ନାହିଁ। ରାଞ୍ଚିରେ ଏବେ ଏକ ଏପରି ଘଟଣା ବେଶ୍ ଚର୍ଚ୍ଚାରେ।

ବାଜୁଛି ବାଜା, ଫୁଟୁଛି ବାଣ, ଖୁସିର ମାହୋଲରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ଏମିତି ଦୃଶ୍ୟ ଖାସ୍ କରି ବାହାଘର ମାନଙ୍କରେ ଦେଖିବାକୁ ମିଳେ । ହେଲେ ଏଠାକାର ଘଟଣା ଟିକେ ଭିନ୍ନ । କଥାରେ ଅଛି ବାହାଘର ପରେ ଝିଅ ପର ହେଇଯାଏ । ବାପ ଘର ଛାଡି ଶାଶୁ ଘର ଚାଲିଯାଏ । ସେଠାକାର ଲୋକଙ୍କୁ ନିଜର କରି ନୂଆ ସଂସାର ଗଢେ ।

ହଁ ଏହା ବି କୁହାଯାଏ ଝିଅ ଥରେ ବାହା ହୋଇଗଲେ ଶାଶୁ ଘର ହିଁ ତା ପାଇଁ ସବୁ କିଛି । ମଲା ପରେ ସେଠାରୁ ହିଁ ତାର କୋକେଇ ଉଠିବ । ହେଲେ ଏଠାରେ ଯେଉଁ ଭିଜୁଆଲ ଭାଇରାଲ୍ ହେଉଛି ତାହା ଏ ସମାଜ ପାଇଁ ଏକ ବଡ ଉଦାହରଣ ସୃଷ୍ଟି କରିଛି । ସଂପୃକ୍ତ ଅଞ୍ଚଳରେ ଏଭଳି ଏକ ଅନନ୍ୟ ଘଟଣାକୁ ନେଇ ଆଲୋଚନା ହେଉଛି ଏବଂ ଲୋକମାନେ ବାପ ଘର ତରଫରୁ ନିଆଯାଇଥିବା ଏହି ପଦକ୍ଷେପକୁ ଖୁବ୍ ପ୍ରଶଂସା କରୁଛନ୍ତି।

ଏଭଳି ଏକ ଘଟଣାଟି ଦେଖିବାକୁ ମିଳିଛି ରାଞ୍ଚିରେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ମିଳିଥିବା ସୂଚନା ମୁତାବକ, କୈଳାଶ ନଗରର ପ୍ରେମ ଗୁପ୍ତାଙ୍କ ଝିଅର ବାହାଘର ବର୍ଷେ ପୂର୍ବେ ହୋଇଥିଲା। ବେଶ ଧୂମଧାମରେ ବିବାହ କରାଯାଇଥିବା ବେଳେ ତାଙ୍କ ଝିଅ କିନ୍ତୁ ଶାଶୁଘରେ ଖୁସିରେ ନଥିଲେ। ବାହାଘର ପରଠୁ ଝିଅଟି ଯେତେ ଚେଷ୍ଟା କରିଥିଲେ ବି ନିଜ ଶାଶୁଘରେ ସୁଖରେ ରହିପାରିଲେ ନାହିଁ । ସେଠାରେ ତାଙ୍କୁ ଶାଶୁଘର ଲୋକ ଭଲ ବ୍ୟବହାର କରୁନଥିଲେ । ଯେତେବେଳେ ଏନେଇ ଝିଅଟି ନିଜ ଘରେ ଜଣାଇଥିଲେ, ସେତେବେଳେ ପରିବାର ଲୋକ କିଛି ନଭାବି ନିଜ ଝିଅଟିକୁ ଘରକୁ ଫେରାଇ ଆଣିବାକୁ ଚିନ୍ତା କରିଥିଲେ। ଲୋକଙ୍କ କଥାକୁ ଖାତିର ନକରି ନିଜ ଝିଅର ଭବିଷ୍ୟତ କଥା ଚିନ୍ତା କରିଥିଲେ । କୌଣସି ଅଘଟଣକୁ ଅପେକ୍ଷା କରିନଥିଲେ ବରଂ ନିଜ ଝିଅ କିଭଳି ଖୁସିରେ ରହିବ ସେ କଥା ଆଗ ଚିନ୍ତା କରିଥିଲେ ।

ଝିଅଟିର ବାପାଙ୍କ ଏଭଳି ଉଚ୍ଚ ଚିନ୍ତାଧାରାକୁ ସଭିଏଁ ପ୍ରଶଂସା କରିଛନ୍ତି । ସେ ଅନୁଭବ କରିଥିଲେ କି ସବୁ ବିବାହ ତିଷ୍ଠିବ ବୋଲି କିଛି ମାନେ ନାହିଁ। ଯଦି ତାଙ୍କ ଝିଅର ବାହାଘର ତିଷ୍ଠିଲା ନାହିଁ ତ ସେ ନିଜ ଝିଅକୁ ସମ୍ମାନର ସହ ଘରକୁ ଫେରାଇ ଆଣିବେ। ତେଣୁ ସେ ବାଜା ରୋଷଣୀ ଧରି ଶୋଭାଯାତ୍ରାରେ ଝିଅକୁ ନିଜ ଘରକୁ ଫେରାଇ ଆଣିଲେ। ଏଭଳି ବାପାମାଆଙ୍କୁ ପାଇ ଝିଅଟି ଗର୍ବ ଅନୁଭବ କରୁଥିବା ବେଳେ ଦେଖଣାହାରୀ ବି ଚକିତ ହୋଇଯାଇଛନ୍ତି। ଝିଅର ଖୁସି ପାଇଁ ବାପାମାନେ ସର୍ବଦା କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଇଥାଆନ୍ତି । କେବେ ସେମାନେ ନିଜ ଝିଅର ଯନ୍ତ୍ରଣା ସହ୍ୟ କରିପାରନ୍ତି ନାହିଁ। ରାଞ୍ଚିରେ ଏବେ ଏକ ଏପରି ଘଟଣା ବେଶ୍ ଚର୍ଚ୍ଚାରେ।

ଆମେ ସାଧାରଣତଃ ଗୋଟେ ଝିଅକୁ ବ୍ୟାଣ୍ଡ୍‌-ବାଜା-ବାରାତି ସହ ବାପଘରୁ ଶାଶୁରଘରକୁ ଯିବାର ଦେଖିଛନ୍ତି । ହେଲେ କେବେ କୌଣସି ଝିଅକୁ ବ୍ୟାଣ୍ଡ୍‌-ବାଜା-ସାଙ୍ଗକୁ ବାଣ ଫୁଟାଇ ନିଜ ଶାଶୁଘରୁ ବାପଘରକୁ ଫେରିଯିବାର ଦେଖିନଥିଲେ । ରାଞ୍ଚିର ଏହି ବାପାଙ୍କର ଏଭଳି ପଦକ୍ଷେପ ଏବେ ଚାରିଆଡ଼େ ଆଲୋଡନ ସୃଷ୍ଟି କରିଛି ଏବଂ ନିଜ ଶାଶୁଘରେ ନିର୍ଯ୍ୟାତିତ ହେଉଥିବା ଝିଅମାନଙ୍କୁ ଆତ୍ମବିଶ୍ୱାସ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.