Below header

ଜେଲରେ କିପରି କଟିଥିଲା ୨୮ ଦିନ, ୩ ବର୍ଷ ପରେ କହିଲେ ରିୟା ଚକ୍ରବର୍ତ୍ତୀ

ରିୟା କହିଛନ୍ତି ଯେ ଜେଲ ଭିତରେ ଜଣେ ବ୍ୟକ୍ତି କେବଳ ଏକ ନମ୍ବର ଦ୍ୱାରା ପରିଚିତ । ଜଣେ ଜେଲରେ ଏଥିପାଇଁ ଥାଏ କାରଣ ସମାଜ ତାକୁ ଅସ୍ୱିକାର କରିଦେଇଥାଏ ।

ରିୟା ଚକ୍ରବର୍ତ୍ତୀ ଅନେକ ଖରାପ ପରିସ୍ଥିତିର ସାମ୍ନା କରିଛନ୍ତି କିନ୍ତୁ ଆଜି ସେ ପୁଣି ଥରେ ଅତି ସୁନ୍ଦର ଭାବରେ ନିଜ କ୍ୟାରିୟରକୁ କମବ୍ୟାକ କରିଛନ୍ତି । ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଏହି ଅଭିନେତ୍ରୀ ଜଣକ ତାଙ୍କ ବଏଫ୍ରେଣ୍ଡ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ୨୮ ଦିନ ଜେଲରେ ରହିଥିଲେ । ନିକଟରେ ଅଭିନେତ୍ରୀ ଏକ ଇଣ୍ଟରଭ୍ୟୁ ଦେଇଛନ୍ତି । ଏହି ଇଣ୍ଟରଭ୍ୟୁରେ, ରିୟା ୨୦୨୦ ରେ ଜେଲରେ ରହିବାର ଅନୁଭୂତି ବିଷୟରେ କହିଛନ୍ତି ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀଙ୍କୁ ୨୮ ଦିନ ଜେଲରେ ରହିବାକୁ ପଡିଥିଲା । ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ ସେ ସ୍ୱର୍ଗତ ଅଭିନେତାଙ୍କ ପାଇଁ ଡ୍ରଗ୍ କିଣୁଥିଲେ । ଏଥି ସହିତ ସୁଶାନ୍ତଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ ଯେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ । ତେବେ ବର୍ତ୍ତମାନ ଆସନ୍ତୁ ସେହି ସାକ୍ଷାତକାରକୁ ଆସିବା ଯେଉଁଥିରେ ରିୟା ଜେଲରେ ରହିବା ସମୟର ଅନୁଭୂତି ବିଷୟରେ କହିଥିଲେ । ରିୟା କହିଛନ୍ତି ଯେ ଜେଲରେ ରହୁଥିବା ବ୍ୟକ୍ତିଙ୍କୁ ଏକ ନମ୍ବର କୋଡ ମିଳିଥାଏ , ଯାହା ଦ୍ୱାରା ତାଙ୍କୁ ଚିହ୍ନିତ କରାଯାଇଥାଏ ।

ଜଣେ ଜେଲରେ ଏଥିପାଇଁ ଥାଏ କାରଣ ସମାଜ ତାଙ୍କୁ ପ୍ରତ୍ୟାଖ୍ୟାନ କରିଦେଇଥାଏ । ଯେଉଁଠାରେ ଅଣ୍ଡର-ଟ୍ରାଏଲ କଏଦୀମାନଙ୍କୁ ରଖାଯାଏ ରିୟାଙ୍କୁ ମଧ୍ୟ ସେହି ସ୍ଥାନରେ ରଖାଯାଇଥିଲା । ରିୟା କହିଛନ୍ତି ଯେ ସେ ଜେଲରେ ଅନେକ ମହିଳା କଏଦୀଙ୍କୁ ଭେଟିଥିଲେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହୋଇନଥିଲେ। ରିୟାଙ୍କ କହିବାନୁସାରେ, ସେ ଜେଲରେ ରହିବା ସମୟରେ ମହିଳାମାନଙ୍କ ସହିତ କଥାବାର୍ତ୍ତା କରୁଥିବାବେଳେ ବହୁତ କିଛି ଶିଖିବାକୁ ପାଇଥିଲେ , ଯେପରି ଏହି ମହିଳାମାନେ ଛୋଟ ଛୋଟ ଜିନିଷରେ ଖୁସି ଖୋଜିବା ଶିଖିଯାଇଥିଲେ ।

ଏହି ମହିଳାମାନେ ରବିବାର ଦିନ ସିଙ୍ଗଡା ଖାଇବା ଖୁସିରେ ମଧ୍ୟ ନାଚିବାକୁ ଲାଗନ୍ତି । ରିୟା କହିଛନ୍ତି ଯେ ଏହି ମହିଳାମାନେ ଜାଣିଥିଲେ ସୁଖର ମୂହୁର୍ତ୍ତଗୁଡିକ କିପରି ପାଇବେ ଏବଂ ତାକୁ କିପରି ଧରି ରଖିବେ । ଅଭିନେତ୍ରୀଙ୍କ କହିବାନୁସାରେ, ସେ ଜେଲରେ ଦୁନିଆର ସବୁଠାରୁ ଖୁସି ରହୁଥିବା ଲୋକ ମାନଙ୍କୁ ଭେଟିଥିଲେ କିନ୍ତୁ ଅବଶ୍ୟ ଜେଲରେ ବିତାଇଥିବା ସମୟ ତାଙ୍କ ପାଇଁ ନର୍କ ଭଳି ଥିଲା ।

ସୂଚନାଯୋଗ୍ୟ ଯେ ରିୟା ଟିଭି ରିଅଲିଟି ଶୋ ‘ରୋଡିଜ୍ କର୍ମ ୟା କାଣ୍ଡ’ ସହିତ ଛୋଟ ପରଦାରେ କମବ୍ୟାକ କରିଛନ୍ତି । ଏହି କଠିନ ପରିସ୍ଥିତିକୁ ରିୟା ବହୁତ ସାହସର ସହିତ ସାମ୍ନା କରିଛନ୍ତି । ଏବଂ ନିଜ ହେଟର୍ସ ମାନଙ୍କ ପାଇଁ ନିଜ ଜୀବନ ବଞ୍ଚିବାର ଉତ୍ସାହକୁ କେବେ କମ କରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.