Below header

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ରାନିଲ ବିକ୍ରମସିଂଙ୍ଗେ

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ବିକ୍ରମସିଂଙ୍ଗେ । ତାଙ୍କୁ ସାଂସଦ ମାନେ ନୂଆ ରାଷ୍ଟ୍ରପତି ଭାବେ ଚୟନ କରିଛନ୍ତି । ବିକ୍ରମସିଂଙ୍ଗେ ବର୍ତ୍ତମାନ ସମୟରେ ଶ୍ରୀଲଙ୍କା କାର୍ଯ୍ୟବାହୀ ରାଷ୍ଟ୍ରପତି ପଦଭାର ସମ୍ଭଳିଛନ୍ତି । ନୂଆ ରାଷ୍ଟ୍ରପତି ଚୟନ ସମୟରେ ଶ୍ରୀଲଙ୍କା ସଂସଦରେ ଆଜି ସମସ୍ତ ସାଂସଦ ଉପସ୍ଥିତ ଥିଲେ । ଆଜି ପୂର୍ବ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ବି ଉପସ୍ଥିତ ଥିଲେ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସଂସଦ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା ।

ସମସ୍ତ ପାର୍ଟି ନିଜ ସାଂସଦ ମାନଙ୍କୁ ଫରମାନ ଜାରି କରିଥିବାବେଳେ ନିଜ ନିଜ ଭୋଟର ଫଟୋ ମଧ୍ୟ କ୍ଲିକ କରିଥିଲେ । ଯାହା ପରେ ସଂସଦକୁ ଫୋନ ନ ଆଣିବା ପାଇଁ ଆଦେଶ ଜାରି ହୋଇଥିଲା | ସ୍ପିକର ହିଁ ଏହି ଆଦେଶନାମା ଜାରି କରିଥିଲେ ।ଗୋଟେ ପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦରେ ଭୋଟିଂଗ ହେଉଥିଲା । ଯେବେକି ଅନ୍ୟପଟରେ କଳମ୍ବରେ ରାଷ୍ଟ୍ରପତି ସଚିବାଳୟରେ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରାନିଲ ବିକ୍ରମସିଂଙ୍ଗେଙ୍କ ବୋରୋଧରେ ଜନତା ମୌନ ଭାବେ ବିରୋଧ ପ୍ରଦର୍ଶନ ଚାଲିଥିଲା ।

ଶ୍ରୀଲଙ୍କା ସଂସଦରେ ୪୪ ବର୍ଷରେ ପ୍ରଥମ ଥର ପାଇଁ ଆଜି ସିଧା ସଳଖ ଭାବେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ବିକ୍ରମଶୀଙ୍ଗେଙ୍କ ବ୍ୟତୀତ ଦୁଲ୍ଲସ ଆଲ୍ହାପପରୁମା ଓ ଅନୁରା କୁମାରା ଦିସାନାୟକେ ମୈଦାନରେ ମହଜୂତ ଥିଲେ । ୨୨୫ ଜଣିଆ ସଂସଦ ଭାବନାରେ ମ୍ୟାଜିକ ନମ୍ବର ଛୁଇଁବା ପାଇଁ ୧୧୩ ଜଣଙ୍କ ସମର୍ଥନ ଜରୁରୀ ଥିଲା । ଯେବେକି ବିକ୍ରମସିଂଙ୍ଗଙ୍କୁ ୧୬ ଖଣ୍ଡ ଭୋଟର ଆବଶ୍ୟକତା ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.