ପାସପୋର୍ଟ ହଜିଗଲେ ଏପରି କରନ୍ତୁ Re-Issue, ଜାଣନ୍ତୁ ସହଜ ଷ୍ଟେପ

ପାସପୋର୍ଟ ଏମିତି ଏକ ଜିନିଷ ଯାହା ସାହାଯ୍ୟରେ ଆମେ ବାହାରକୁ ଯାତ୍ରା କରିଥାଉ। ତେଣୁ ଏହା ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଥିବାରୁ ଏହାକୁ ଭଲ ତଥା ସୁରକ୍ଷିତ ଭାବେ ରଖିବା ଆବଶ୍ୟକ। ଯଦି ଟିକେ ଅବହେଳା କରାଯାଏ ତେବେ ଏହା ନଷ୍ଟ ହେବାର ସମ୍ଭାବନା ଥାଏ। ଯଦି ଏମିତି ଆପଣଙ୍କ ସହ ବି ଘଟୁଛି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଏମିତିରେ ଆପଣଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଏବେ ଆପଣ ଖୁବ ସହଜରେ ଏହାକୁ Re-Issue କରିପାରିବେ।

ଆମେ ସମସ୍ତେ ଜାଣିଛନ୍ତି ଯେ ପାସପୋର୍ଟ ଏକ ଏମିତି ଜରୁରୀ ଦସ୍ତାବିଜ, ଯାହାର ବ୍ୟବହାର ପରିଚୟ ପ୍ରମାଣ ପତ୍ର ଆକାରରେ କରାଯାଏ। ଏହାବିନା ବିଦେଶ ଯାତ୍ରା କରିପାରନ୍ତିନାହିଁ। ଆଜି ଆମେ ଆପଣଙ୍କୁ ପାସପୋର୍ଟ Re-Issue କରିବାର ତରିକା ବିଷୟରେ ଜଣାଇବୁ।

ପାସପୋର୍ଟ ଏକ ଏଭଳି ଜିନିଷ ଯାହାକୁ ପାଇବା ପାଇଁ ଆମକୁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିଥାଏ। କାରଣ ଅନ୍ୟ ସବୁ ଡକ୍ୟୁମେଣ୍ଟ ଅପେକ୍ଷା ଏହା ଟିକେ ଅଧିକ ସମୟ ନେଇଥାଏ। ତେବେ ଏମିତିରେ ଏବେ ଆମେ ଆପଣଙ୍କୁ ସହଜ ତରିକା କହିବୁ ଯାହାଦ୍ୱାରା ଆପଣ ନିଜ ଖରାପ ପାସପୋର୍ଟ ବଦଳାଇ ନୂଆ ପାସପୋର୍ଟ ସହଜରେ ପାଇପାରିବେ। ଏଥିପାଇଁ ଆପଣ ରିଇସ୍ୟୁ କରିପାରିବେ।

ଯଦି ଆପଣଙ୍କ ପାସପୋର୍ଟ କୌଣସି କାରଣ ବଶତଃ ଫାଟିଯାଇଛି କମ୍ବା ଖରାପ ହୋଇଯାଇଛି ତେବେ ଚିନ୍ତା କରନ୍ତୁ ନାହିଁ। ଏମିିତିରେ ଆପଣ ନୂଆ କରି Re-Issue କରିପାରିବେ।

ଜାଣିରଖନ୍ତୁ ଯେ ପାସପୋର୍ଟ ରିଇସ୍ୟୁ ପାଇଁ ଆପଣଙ୍କୁ ପ୍ରଥମେ ପୋଲିସ ଷ୍ଟେସନରେ ଅଭିଯୋଗ କରିବାକୁ ପଡ଼ିବ। ଏହାପରେ ଆପଣ ପାସପୋର୍ଟ ସେବା କେନ୍ଦ୍ର ମାନେ ରିଜଓନାଲ ଅଫିସ ର ଆପଏଣ୍ଟମେଣ୍ଟ ନେବାକୁ ହେବ। ସେଠାରେ ନିଜର ଡିଟେଲ୍ସ ତଥା ଜରୁରୀ ଦସ୍ତାବିଜ ଚେକ କରିବେ। ପରେ ଏହି ମାମଲା ରିଜନାଲ ପାସପୋର୍ଟ ଅଫିସକୁ ଯିବ। ଏହାପରେ ପାସପୋର୍ଟ ରିଇସ୍ୟୁ କରିବା ପାଇଁ ୩ଦିନ ରୁ ୧ ସପ୍ତାହ ସମୟ ଲାଗିବ।

ଏମିତିରେ ମନେରଖନ୍ତୁ ଯଦି ଆପଣଙ୍କ ପାସପୋର୍ଟ ଖରାପ ହୋଇଯାଇଛି ଆଉ ଆପଣ ପୁଣିଥରେ ପାସପୋର୍ଟ Re-Issue କରୁଛନ୍ତି ତେବେ ଆପଣଙ୍କୁ ୩ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ।

ଯଦି ଆପଣଙ୍କ ପାସପୋର୍ଟ ହଜିଯାଇଛି ତେବେ ମଧ୍ୟ ଆପଣ ପୁଣିଥରେ ଇସ୍ୟୁ କରିପାରିବେ। ଏଥିପାଇଁ ୩ଟି ଷ୍ଟେପକୁ ଫଲୋକ କରନ୍ତୁ । ପ୍ରଥମେ ପୋଲିସ ଷ୍ଟେସନରେ ଅଭିଯୋଗ କରନ୍ତୁ। ପରେ ପାସପୋର୍ଟ ଅଫିସ ଓ ଆମ୍ବାସୀକୁ ଦିଅନ୍ତୁ। ପରେ ନୂଆ ପାସପୋର୍ଟ ପାଇଁ Re-Issue କରନ୍ତୁ। ଏଥିପାଇଁ ଏକ ଆପ୍ଳିକେସନ ଫର୍ମ ଭରନ୍ତୁ। ଜରୁରୀ ଦସ୍ତାବିଜ ମଧ୍ୟ ଜମା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.