ବିଜୁଳି ବେଗରେ ଆସୁଥିବା ଟ୍ରେନ୍‌ ସାମ୍ନାକୁ ଆସିଗଲେ ଏହି ମହିଳା, ୧୦ ସେକେଣ୍ଡ ପରର ଅବସ୍ଥା ଦେଖିଲେ ଛାତି ଥରିଯିବ; ଦେଖନ୍ତୁ ଭିଡିଓ

ଟ୍ରେନ୍‌ରେ ଯାତ୍ରା କରିବା ବେଳେ ସବୁବେଳେ ନିରାପଦ ଭାବେ ନିୟମ ମାନି ଯିବାକୁ ପରାମର୍ଶ ଦିଆଯାଏ। ଏଣୁ କୁଆଡ଼େ ଟ୍ରେନ୍‌ରେ ଯିବାକୁ ଥିବା ବେଳେ ଲୋକମାନେ ଟିକେ ପୂର୍ବରୁ ପହଞ୍ଚି ଯାଇଥାନ୍ତି। ଫଳରେ ଶେଷ ମୁହୁର୍ତ୍ତରେ ଆଉ ଦୌଡ଼ିବାକୁ ପଡ଼ିନଥାଏ। ତେବେ ବେଳେ ବେଳେ କିଛି ଲୋକ ଅସାବଧାନତା ଯୋଗୁ ଦୁର୍ଘଟଣାର ଶିକାର ହୋଇଥାନ୍ତି। ଫଳ ସ୍ୱରୂପ ନିଜେ ତ ହଇରାଣ ହୁଅନ୍ତି, ତା’ ସହ ଅନ୍ୟ ଯାତ୍ରୀଙ୍କୁ ବି ହଇରାଣ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ସେଭଳି ଏକ ବେପରୁଆ ଭାବେ ରେଳ ଧାରଣା ପାର କରୁଥିବା କିଛି ଯାତ୍ରୀଙ୍କ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କିଛି ଯାତ୍ରୀ ଅଧା ରାସ୍ତାରେ ହିଁ ଟ୍ରେନ୍‌ରୁ ଓହ୍ଲାଇ ଆଉ ଏକ ରେଳ ଧାରଣା ପାରି କରୁଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ହଠାତ୍‌ ଟ୍ରେନ୍‌ ଚାଲି ଆସୁଛି। ଏହି ଭିଡିଓକୁ ଆଇଏଏସ୍‌ ଅବନୀଶ ଶରଣ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ଏକ ଟ୍ରେନ୍‌ ରେଳ ଟ୍ରାକ୍‌ରେ ଅଟକିଛି। ଆଉ କିଛି ଯାତ୍ରୀ ଟ୍ରେନ୍‌ରୁ ଜିନିଷ ପତ୍ର ସହ ଓହ୍ଲାଇ ଆର ପଟକୁ ଯାଉଛନ୍ତି। ଏହି ସମୟରେ ଆର ଟ୍ରାକ୍‌ରେ ଆଉ ଏକ ଟ୍ରେନ୍‌ ହର୍ଣ୍ଣ ବଜାଇ ବଜାଇ ଆସୁଛି। କିନ୍ତୁ କିଛି ଯାତ୍ରୀ ଟ୍ରେନ୍‌ ଆସୁଥିବା ଦେଖି ମଧ୍ୟ ଟ୍ରାକ୍‌ ପାର କରି ଆର ପଟକୁ ଯାଉଛନ୍ତି। ଏହି ସମୟରେ ଜଣେ ମହିଳା ଯାତ୍ରୀ ପୁଣିଥରେ ଟ୍ରାକ୍‌ ଉପରେ ଡେଇଁ ଫେରୁଛନ୍ତି। ମହିଳା ଜଣକ ଲାଇନ୍‌ ପାର ହେବାର ମାତ୍ର ୩ ସେକେଣ୍ଡରେ ହିଁ ଟ୍ରେନ୍‌ଟି ଗତି କରୁଛି। ଭିଡିଓ ଦେଖିଲେ ଲାଗୁଛି ଯେମିତି ମହିଳାଙ୍କ ଏହି ଟିକେ ଦାୟିତ୍ୱହୀନତା ଯୋଗୁ ବଡ଼ ଦୁର୍ଘଟଣା ଘଟିଯାଇଥାନ୍ତା।

ଦେଖନ୍ତୁ ଭିଡିଓ:

ଆଇଏଏସ୍‌ ଅଧିକାରୀ ଅବିନାଶ ଶରଣ ନିଜ ଟ୍ଵିଟ୍‌ ଆକାଉଣ୍ଟରେ ଭିଡିଓ ସେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ଜୀବନ ଆପଣଙ୍କର, ନିଷ୍ପତ୍ତି ବି ଆପଣଙ୍କର।

ଏହି ଛାତି ଥରା ଭିଡିଓ ଦେଖିବା ପରେ ଆପଣ ବି ଚିନ୍ତାରେ ପଡ଼ିଯିବେ ଯେ ସତରେ କଣ ମହିଳା ଜଣକ ବୁଝିପାରୁନଥିଲେ, ଏଥିରେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି। ଇତି ମଧ୍ୟରେ ଏହି ଭିଡିଓକୁ ଅଢ଼େଇ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ସେହିପରି ୮ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି।

Also Read: ପୁଣିଥରେ ପାର୍ଟିକୁ ଫେରିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌, ଏନ୍‌ସିବିରୁ ଆଶ୍ୱସ୍ତି ମିଳିବା ପରେ ପହଞ୍ଚିଲେ ନାଇଟ୍‌ କ୍ଲବ୍‌ରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.