Below header

ପାକିସ୍ତାନର ହୋଟେଲରେ ଆମେରିକୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ! Vlog କରିବା ପାଇଁ ପାଖକୁ ଡକାଇଥିଲେ ୨ ପୁରୁଷ ବନ୍ଧୁ; ଜଣେ ଗିରଫ

ପାକିସ୍ତାନର ଏକ ହୋଟେଲରେ ଜଣେ ଆମେରିକୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ପୋଲିସ ସୂଚନା ମୁତାବକ, ୨୧ ବର୍ଷୀୟା ଏହି ଯୁବତୀ ପର୍ଯ୍ୟଟକ ଭିସାରେ ପାକିସ୍ତାନ ଆସିଥିଲେ। ଯୁବତୀ ଜଣକ ଗତ ୭ ମାସ ହେବ ପାକିସ୍ତାନରେ ରହୁଛନ୍ତି ଏବଂ ଏକ ଭ୍ଲଗ୍‌ କରିବା ପାଇଁ ଘଟଣା ଘଟିଥିବା ଜାଗାକୁ ଗସ୍ତ କରିଥିଲେ।

ପୋଲିସ କହିଛି ଯେ ଏହି ଘଟଣା ୫୦୦ କିମି ଦୂର ଡିଜି ଖାନ ଜିଲ୍ଲାର ହିଲ୍‌ ଷ୍ଟେସନ ‘ଫୋର୍ଟ ମୁନରୋ’ର ଏକ ହୋଟେଲରେ ୧୭ ଜୁଲାଇରେ ଘଟିଛି। ଏହି ସମୟରେ ପୀଡ଼ିତା ନିଜର ଦୁଇ ସୋସିଆଲ ମିଡିଆ ପୁରୁଷ ବନ୍ଧୁଙ୍କ ସହ ଭ୍ଲଗ୍‌ କରିବା ପାଇଁ ସେଠାକୁ ଯାଇଥିଲେ। ତେବେ ସ୍ଥାନୀୟ ପ୍ରଶାସନର କହିବା ହେଲା, ଯୁବତୀ ଜଣକ ତାଙ୍କ ସାଙ୍ଗଙ୍କ କହିବାରେ କରାଚିରୁ ଫୋର୍ଟ ମୁନରୋ ଆସିଥିଲେ।

ଅଭିଯୋଗରେ ଯୁବତୀ ଉଲ୍ଲେଖ କରିଛନ୍ତି କି, ଆମେ ଫୋର୍ଟ ମୁନରୋର ଏକ ହୋଟେଲରେ ରହିଥିଲୁ। ସେଠାରେ ଦୁଇଜଣ ବନ୍ଧୁ ମୋ ସହିତ ଗଣଦୁଷ୍କର୍ମ କରିଥିଲେ ଏବଂ ମୋତେ ବ୍ଲାକ୍‌ମେଲ କରିବା ପାଇଁ ଘଟଣାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ। ଏହି ମାମଲାରେ ପୋଲିସ ପୀଡ଼ିତାଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି। ସେପଟେ ଯୁବତୀଙ୍କ ମେଡିକାଲ ଯାଞ୍ଚ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.