ପୋଡ଼ା ରୁଟି ଧରି କୋର୍ଟରେ ପହଞ୍ଚିଲା କଏଦୀ, କହିଲା- ଜଜ୍‌ ସାହେବ! ଜେଲରେ ଏମିତି ଖାଇବାକୁ ଦେଉଛନ୍ତି

ବିହାର: ବିହାର ଜେଲରେ ମିଳୁଥିବା ରୁଟି ଏବେ ଚର୍ଚ୍ଚାରେ ରହିଛି। ଜେଲରେ ମିଳୁଥିବା ପୋଡ଼ା ତଥା ଶୁଖିଲା ରୁଟି ନେଇ ଜଣେ କଏଦୀ ସିଧା କୋର୍ଟରେ ଯାଇ ପହଞ୍ଚି ଓ ଜଜ୍‌ଙ୍କୁ ସତ୍ୟତା ଦେଖାଇଥିଲେ। କଏଦୀଙ୍କ ହାତରେ ପୋଡ଼ା ରୁଟି ଦେଖି ପୋଲିସ ଓ ଅନ୍ୟ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଭଳି ଘଟଣା ସାମ୍ନାକୁ ଆସିଛି ବେଗୁସରାଇ ଜିଲ୍ଲାରେ। ଏଠାକାର ମଣ୍ଡଳ କାରାଗାର ପ୍ରଶାସନ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି। ବୀରପୁର ଥାନା ଅଞ୍ଚଳର ରାମଜପୋ ଯାଦବ ନାମକ ଜଣେ କଏଦୀ ଜେଲ କର୍ତ୍ତୃପକ୍ଷଙ୍କ ଗୁମର ଖୋଲିବା ସହ ଅନେକ ଅଭିଯୋଗ କରିଛି।

ମଙ୍ଗଳବାର ସନ୍ଧ୍ୟାରେ ରାମଜପୋ ଜେଲରେ ପରଷା ଯାଉଥିବା ଶୁଖିଲା ରୁଟି ନେଇ କୋର୍ଟରେ ଜଜ୍‌ଙ୍କ ସାମ୍ନାରେ ପହଞ୍ଚିଥିଲେ। ସେ କାଗଜରେ ଗୁଡ଼ାଇ ନେଇ ଥିବା ରୁଟିକୁ ଜଜ୍‌ଙ୍କୁ ଦେଖାଇବା ପରେ କୋର୍ଟ ରୁମ୍‌ରେ ସ୍ଥିତି ଦେଖିବା ଭଳି ଥିଲା। ରାମ ଜପୋ ଅଭିଯୋଗ କରିଥିଲେ ଯେ ଜେଲରେ କଏଦୀଙ୍କୁ ସବୁ ବେଳେ ଶୁଖିଲା ଓ ପୋଡ଼ା ରୁଟି ଖାଇବାକୁ ଦିଆଯାଉଛି। ଜେଲରେ ସେମାନଙ୍କୁ ନିମ୍ନ ମାନର ଖାଦ୍ୟ ପରଷା ଯାଉଛି। ଆଉ ଏ ନେଇ ଅଭିଯୋଗ କଲେ ପୋଲିସ ବାବୁ ମାନେ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରୁଛନ୍ତି। ଏଣୁ ସେମାନେ ଏ ନେଇ ମୁହଁ ଖୋଲି ପାରୁନଥିଲେ।


ରାମଜପୋ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ କଏଦୀଙ୍କ ପରିବାର ଲୋକ ସେମାନଙ୍କ ପାଇଁ ପଠାଉଥିବା ଖାଦ୍ୟ ଓ ଫଳକୁ ମଧ୍ୟ ତାଙ୍କୁ ଦିଆଯାଉ ନାହିଁ। ଏଥିପାଇଁ ପୋଲିସ ବାବୁ ମାନେ ଟଙ୍କା ମାଗୁଛନ୍ତି। ଯେଉଁ କଏଦୀର ପରିବାର ଲୋକ ହାତ ଗୁଞ୍ଜା ଦେଉଛନ୍ତି, କେବଳ ତାଙ୍କ ଲୋକଙ୍କୁ ହିଁ ଖାଦ୍ୟ ଦିଆଯାଉଛି।

କଏଦୀଙ୍କ ଠାରୁ ଏଭଳି ଅଭିଯୋଗ ପ୍ରମାଣ ସହ ପାଇବା ପରେ ପୋଲିସ ଅଧିକାରୀଙ୍କ ସମେତ ଜଜ୍‌ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜଜ୍‌ ସତୀଶ କୁମାର ଝା’ ଏହି ମାମଲା ଶୁଣିବା ପରେ ଘଟଣାର ତୁରନ୍ତ ତଦନ୍ତ ପାଇର୍ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏଥିସହ ଏହି ମାମଲାରେ ଯିଏ ବି ଜଡ଼ିତ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Also Read: ବିଜୁଳି ବେଗରେ ଆସୁଥିବା ଟ୍ରେନ୍‌ ସାମ୍ନାକୁ ଆସିଗଲେ ଏହି ମହିଳା, ୧୦ ସେକେଣ୍ଡ ପରର ଅବସ୍ଥା ଦେଖିଲେ ଛାତି ଥରିଯିବ; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.