ଯଦି ଆପଣ ସର୍ଭିସ ଚାର୍ଜ ଦେଇପାରିବେ ନାହିଁ ତେବେ ରେସ୍ତୋରାଁରେ ଖାଆନ୍ତୁ ନାହିଁ: ଦିଲ୍ଲୀ ହାଇକୋର୍ଟ

ବୁଧବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସର୍ଭିସ ଚାର୍ଜ କିମ୍ବା ସେବା ଶୁଳ୍କକୁ ନେଇ ସିସିପିଏର ଦିଶା ନିର୍ଦ୍ଦେଶ ଉପରେ ରୋକ ରଖିବା ସମୟରେ ଏକ ବଡ ଟିପ୍ପଣୀ ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ଏହି ଟିପ୍ପଣୀ ପ୍ରକୃତରେ ରେସ୍ତୋରାଁର ଗ୍ରାହକ ମାନଙ୍କ ପାଇଁ ସୁପ୍ରିମ କୋର୍ଟ ଏହା ଆଦେଶ ଦେଇଛନ୍ତିଯେ ଯଦି ଆପଣମାନେ ସେବା ଶୁଳ୍କ କିମ୍ବା ସର୍ଭିସ ଚାର୍ଜ ଦେବାକୁ ସକ୍ଷମ ନୁହନ୍ତି ତେବେ ରେସ୍ତୋରାଁରେ ଖାଆନ୍ତୁ ନାହିଁ । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସେବା ଶୁଳ୍କ ଉପରେ ପ୍ରତିବନ୍ଧ ଲଗାଉଥିବା ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ କିମ୍ବା CCPAର ଦିଶା- ନିର୍ଦ୍ଦେଶ ଉପରେ ରୋକ ଲଗାଇ ଦେଇଛନ୍ତି । ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ କହିଛନ୍ତିକି ଉପଭୋକ୍ତା ମାନଙ୍କ ଠାରୁ ୫୦୦ରୁ ଅଧିକ ସଂଖ୍ୟକ ଅଭିଯୋଗ ମାନ ଆସିଥିଲା । ଯାହା ପରେ ସର୍ଭିସ ଚାର୍ଜକୁ ନେଇ ସିସିପିଏ ପକ୍ଷରୁ ନୂଆ ଦିଶା ନିର୍ଦ୍ଦେଶ ମାନ ଜାରି କରାଯାଇଛି ।

ଜୁଲାଇ ୪ ତାରିଖରେ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ ବା CCPA ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଥିଲା । ଯାହା ଅନୁଯାୟୀ, ହୋଟେଲ ଓ ରେସ୍ତୋରାଁ ବିଲରେ ସର୍ଭିସ ଚାର୍ଜ ଯୋଡି ପାରିବେ ନାହିଁ । କିନ୍ତୁ ଗ୍ରାହକ ମାନେ ଯଦି ରାଜି ଥିବେ ତେବେ ସ୍ୱଇଚ୍ଛାରେ ସର୍ଭିସ ଚାର୍ଜ ଦେଇପାରିବେ । ଜଷ୍ଟିସ ଯଶବନ୍ତ ବର୍ମା NRAIର ଯାଚିକାର ଶୁଣାଣି ପାଇଁ ଜୁଲାଇ ୨୦ ତାରିଖକୁ ଠିକ କରିଥିଲେ । ଯାହା ଉପରେ ଶୁଣାଣି କରିବା ସମୟରେ ଆଜି ଦିଲ୍ଲୀ ହାଇକୋର୍ଟ ସିସିପିଏର ଦିଶା-ନିର୍ଦ୍ଦେଶ ଉପରେ ରୋକ ଲଗାଇ ଦେଇଛନ୍ତି । NRAI ପକ୍ଷରୁ ଆଡ଼ଭୋକେଟ ନିନା ଗୁପ୍ତା ଓ ଅନନ୍ୟା ମାରବାହ ଯାଚିକା ଦାୟର କରିଥିଲେ । ଯେଉଁଥିରେ CCPA ଦ୍ୱାରା ହୋଟେଲ କିମ୍ବା ରେଷ୍ଟରୁରାଣ୍ଟ ଦ୍ୱାରା ଆଦାୟ କରାଯାଉଥିବା ଆଦାୟ କରାଯାଉଥିବା ସର୍ଭିସ ରୋକ ଲଗାଇବା ସମ୍ବନ୍ଧରେ ଅନୁଚିତ ବ୍ୟାପାର ପ୍ରଥା ଗୁଡିକୁ ବାଧା ଦେବା ତଥା ଉପଭୋକ୍ତାଙ୍କ ଅଧିକାର ଗୁଡିକୁ ଉଲ୍ଲଙ୍ଘନ ପାଇଁ ଜାରି ହୋଇଥିବା ଗାଇଡ଼ଲାଇନ ଗୁଡିକୁ ରଦ୍ଦ କରିବା ପାଇଁ ଦାବି ଉଠିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.