ଜେଲରୁ ମୁକୁଳିଲା ଦୁଷ୍କର୍ମକାରୀ ତଥା ଆତ୍ମଘୋଷିତ ବାବା ଗୁରୁମିତ ରାମ ରହିମ, ୨୧ ଦିନ ଯାଏ ମିଳିଛି ପାରୋଲ

ଡେରା ସଚ୍ଚା ସୌଦାର ପ୍ରମୁଖ ତଥା ଆତ୍ମଘୋଷିତ ବାବା ଦୁଷ୍କର୍ମକାରୀ ଗୁରୁମିତ ରାମ ରହିମ ଜେଲରୁ ମୁକୁଳିଛି । ୨୧ ଦିନ ଯାଏଁ ପାରୋଲ ମିଳିଛି । ଏହି ସମୟରେ ୟୁପିର ବାଗପତର ବରନାଓ୍ଵା ଆଶ୍ରମରେ ରହିବେ ।

ଜେଲରୁ ମୁକୁଳିଛି ଡେରା ସଚ୍ଚା ସୌଦାର ପ୍ରମୁଖ ତଥା ଆତ୍ମଘୋଷିତ ବାବା ଦୁଷ୍କର୍ମକାରୀ ଗୁରୁମିତ ରାମ ରହିମ । ଗୁରୁମିତ ୨ ଜଣ ମହିଳାଙ୍କୁ ଦୁଷ୍କର୍ମ ଓ ଗୋଟିଏ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ଏବେ ତାକୁ ୨୧ ଦିନ ପାଇଁ ଜେଲରୁ ଛୁଟି ମିଳିଛି । ଏହି ପାରୋଲ ସମୟରେ ସେ ୟୁପିର ବାଗପତ ଜିଲ୍ଲା ସ୍ଥିତ ବରନାଓ୍ଵା ଆଶ୍ରମରେ ରହିବେ । ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୨୦୧୭ରେ ଦଣ୍ଡାଦେଶ ଶୁଣାଯାଇଥିଲା ।

ରାମ ରହିମକୁ ସୁନାରିୟା ଜେଲରୁ ପାଖାପାଖି ୧.୪୫ ମିନିଟରେ କଡ଼ା ସୁରକ୍ଷା ବଳୟ ମଧ୍ୟରୁ ଜେଲରୁ ବାହାର କରାଯାଇଛି । ଏହାପରେ ଉତ୍ତରପ୍ରଦେଶ ଆଶ୍ରମକୁ ନିଆଯାଇଛି ।

ହାପୂର୍ବରୁ ଚଳିତ ବର୍ଷ ଫେବୃଆରୀରେ ତାକୁ ୩ ସପ୍ତାହର ପାରୋଲ ମିଳିଥିଲା । ସେହିପରି ଜାନୁଆରୀ ମାସରେ ସେ ୪୦ ଦିନ ଜେଲ ବାହାରେ ରହିଥିଲା । ଗତବର୍ଷ ଅକ୍ଟୋବରରେ ମଧ୍ୟ ତାକୁ ପାରୋଲରେ ଛଡ଼ା ଯାଇଥିଲା । ସେତେବେଳେ ମଧ୍ୟ ସେ ୪୦ ଦିନ ପାଇଁ ଜେଲରୁ ବାହାରିଥିଲା । ବାରମ୍ବାର ଜେଲରୁ ଗୁରୁମିତକୁ ଛଡ଼ା ଯାଉଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.