ଜନ୍ମନେଲା ଅଦ୍ଭୁତ ବାଛୁରୀ, ଯାହାର ରହିଛି ଦୁଇଟି ମୁଣ୍ଡ, ଦୁଇଟି କାନ ଏବଂ ଚାରିଟି ଆଖି

ଦକ୍ଷିଣ ଭାରତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ତାମିଲନାଡୁରେ ରହୁଥିବା କୃଷକ ଭାସ୍କର ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ତାଙ୍କ ଘରେ ଦୁଇଟି ମୁଣ୍ଡ ଥିବା ବାଛୁରୀ ଜନ୍ମ ନେବା ପରେ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି। ଜନ୍ମ ନେଇଥିବା ବାଛୁରୀର ୪ଟି ଆଖି, ଦୁଇଟି ମୁହଁ ଏବଂ ୨ଟି କାନ ରହିଛି।

cow-calf-milk-

ଘଟଣାଟି ଘଟିଛି ତାମିଲନାଡୁର କନ୍ୟାକୁମାରୀରେ ଥିବା ପାରସଲାଇ ଗାଁରେ। ଦୁଇଟି ମୁଣ୍ଡ ଥିବା ବାଛୁରୀ ଜନ୍ମ ହେବା ପରେ ଭାସ୍କର ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି କହିଛନ୍ତି। ଭାସ୍କରଙ୍କ କହିବା ମୁତାବକ, ଗତ ସପ୍ତାହରେ ତାଙ୍କ ଗାଈ ଚାଷ ଜମିରେ ବାଛୁରୀକୁ ଜନ୍ମ ଦେଇଥିଲା। ଗାଈକୁ ଆଣିବାକୁ ଯିବା ପରେ ବାଛୁରୀର ଦୁଇଟି ମୁଣ୍ଡ ଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଧିରେ ଧିରେ ଖବର ପ୍ରସାର ହେବା ପରେ ଆଖପାଖ ଗାଁରୁ ଲୋକେ ବାଛୁରୀକୁ ଦେଖିବା ପାଇଁ ପହଞ୍ଚିଥିଲେ। ଜନ୍ମ ହୋଇଥିବା ବାଛୁରୀର ଦୁଇଟି ଜିଭ ଥିବାରୁ ସେ ମା’ କ୍ଷୀର ପିଇବାକୁ ଅସମର୍ଥ। ଏ ନେଇ ଭାସ୍କରଙ୍କୁ ବୋତଲ ଜରିଆରେ ବାଛୁରୀକୁ କ୍ଷୀର ପିଆଇବାକୁ ପଡ଼ୁଥିବା ସେ କହିଛନ୍ତି।