ଚକିତ କଲା ଭଳି ଦୃଶ୍ୟ, ଦେଖନ୍ତୁ ଚିତା ବାଘ କିପରି ଶିକାର କାମୁଡ଼ି ଚଢ଼ୁଛି ଗଛ

ସାଧାରଣତଃ ବାଘ ଶିକାର କଲା ପରେ ତା’ର ଖାଦ୍ୟକୁ ନେଇ ନିରୋଳା ସ୍ଥାନରେ ଖାଇଥାଏ । ମାତ୍ର ଏଠାରେ ଏକ ଚିତା ବାଘ ଶିକାର କରିବା ପରେ ତା’ର ଖାଦ୍ୟକୁ କିପରି ପାଟିରେ କାମୁଡ଼ି ଗଛ ଚଢ଼ୁଛି ତାହା ସମସ୍ତଙ୍କୁ ଚକିତ କରିଛି ।

ଏଭଳି ଭିଡିଓକୁ ନିଜର ଟ୍ଵିଟର ମାଧ୍ୟମରେ ପୋଷ୍ଟ କରିଛନ୍ତି ଜଣେ ଆଇଏଫ୍‌ଏସ୍‌ ଅଫିସର ପ୍ରବୀନ୍‌ କସଓ୍ଵାନ୍‌ । ଚିତା ବାଘ ଦାନ୍ତରେ ଏକ ହରୀଣକୁ କାମୁଡ଼ି ଏକ ସିଧା ଓ ଚିକ୍କଣ ଗଛକୁ ଏତେ ସହଜରେ ଚଢ଼ିପାରୁଛି ଦେଖିଲେ ଯେ କେହି ଚକିତ ହେବା ସ୍ୱାଭାବିକ ।

ଆପଣ ବୋଧହୁଏ ଜାଣି ନଥିବେ ଯେ ଚିତା ବାଘ ତା’ର ଓଜନ ଠାରୁ ୩ ଗୁଣ ଅଧିକ ଓଜନର ଶିକାର ଅତି ସହଜରେ ଉଠାଇପାରେ ବୋଲି ପ୍ରବୀନ୍‌ କସଓ୍ଵାନ୍‌ ତାଙ୍କ ଟ୍ଵିଟରରେ ଲେଖିଛନ୍ତି । ତାଙ୍କର ଏହି ପୋଷ୍ଟକୁ ଦେଢ଼ ଲକ୍ଷ ଥର ଦେଖା ସରିଥିବା ବେଳେ ୧୦ ହଜାର ଲୋକ ଏହାକୁ ଲାଇକ୍‌ କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.