Below header

କାହିଁକି ହେଲା ପରାଜୟ? ଲଣ୍ଡନରେ ମତ ରଖିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ନୂଆଦିଲ୍ଲୀ (କେନ୍ଯୁଜ୍) : ୨୦୧୪ ଲୋକସଭା ନିର୍ବାଚନ କାହିଁକି ହାରିଲା କଂଗ୍ରେସ ? ଲଣ୍ଡରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ହାରିବା ପଛରେ ଥିଲା ଦଳର ଆଭ୍ୟନ୍ତରୀଣ କନ୍ଦଳ । ବରିଷ୍ଠ ଓ କନିଷ୍ଠ ନେତାଙ୍କ ମତଭେଦ ଦଳକୁ ସଂଗଠିତ କରିବା ବଦଳରେ ଭାଙ୍ଗି ଦେଇଥିଲା ବୋଲି କହିଛନ୍ତି ରାହୁଲ ଗାନ୍ଧି ।

ସେହିପରି ମେଣ୍ଟ ଓ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସଂପର୍କରେ ମଧ୍ୟ ମତ ରଖିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି, ଏକ ବୃହତ୍‌ ଦୃଷ୍ଟିକୋଣକୁ ଦେଖି ବିଭନ୍ନ ରାଜ୍ୟର ଭିନ୍ନ ଭିନ୍ନ ଦଳଙ୍କ ସହ ମେଣ୍ଟ କରାଯିବ । ମହାମେଣ୍ଟ ସଫଳ ହେଲେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ରହୁଲ ଗାନ୍ଧି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.