Below header

ଭାରତରେ ଲଞ୍ଚ ହେଲା Roche ଆଣ୍ଟିବଡି କକଟେଲ୍, ପ୍ରତି ଡୋଜର ଦାମ୍ ୫୯,୭୫୦

ମେଡିସିନ କମ୍ପାନୀ ରୋଶ ଇଣ୍ଡିଆ ଓ ସିପ୍ଲା ଭାରତରେ ରୋଶର ଆଣ୍ଟି ବଡି କକଟେଲ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି, ଯାହାର ଦାମ୍ ରହିଛି ୫୯,୭୫୦ ଟଙ୍କା। ଏନେଇ ସୋମବାର ଦିନ ଘୋଷଣା କରିଛି କମ୍ପାନୀ। ଗମ୍ଭୀର କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯିବ।

ରିପୋର୍ଟ ମୁତାବକ, ଆଣ୍ଟିବଡି କକଟେଲର ପ୍ରଥମ ବ୍ୟାଚ ଏବେ ଭାରତରେ ଉପଲବ୍ଧ ଅଛି। ଏହାର ଦ୍ଵିତୀୟ ବ୍ୟାଚ ଜୁନରେ ଆସିଯିବ। ଏହି ଔଷଧ ଯୋଗୁ ପ୍ରାୟ ୨ ଲକ୍ଷ ରୋଗୀ ଲାଭାନ୍ବିତ ହେବେ ବୋଲି କମ୍ପାନୀ କହିଛି। କାରଣ ଭାରତରେ ଉପଲବ୍ଧ ୧ ଲକ୍ଷ ପ୍ୟାକ ପ୍ରତ୍ୟେକ ଦୁଇ ଜଣ ରୋଗୀଙ୍କୁ ଦିଆଯିବ।

ଏହି ଔଷଧର ଗୋଟିଏ ଡୋଜ ସମସ୍ତ ଟ୍ୟାକ୍ସ ମିଶାଇ ୫୯,୭୫୦ ଟଙ୍କାରେ ଉପଲବ୍ଧ ହେବ। ସେହିପରି ମଲ୍ଟି ଡୋଜ ପ୍ୟାକର ଦାମ୍ ପାଖାପାଖି ୧,୧୯,୫୦୦ ଟଙ୍କା ପଡ଼ିବ ବୋଲି ଜଣାଯାଇଛି। ଗୁରୁତର ରୋଗୀଙ୍କୁ ଏହା ଜୀବନଦାନ ଦେବ ବୋଲି କମ୍ପାନୀ କହିଛି। ଏହା କୋଭିଡ କେନ୍ଦ୍ରରେ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.