Below header

ସାଇକ୍ଲୋନ୍‌ମ୍ୟାନ୍‌ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଗାଁରେ ଲ୍ୟାଣ୍ଡଫଲ୍‌ କରିବ ‘ୟସ୍‌’

ଭୁବନେଶ୍ୱର (କେନ୍ୟୁଜ୍‌) : ତାଙ୍କୁ ପ୍ରତିଦିନ ଆପଣମାନେ ଟେଲିଭିଜନ୍‌ ପରଦାରେ ଦେଖୁଛନ୍ତି । ସେ ବାତ୍ୟା ‘ତାଉ-ତେ’ ହେଉ କି ଏବେ ଆସୁଥିବା ‘ୟସ୍‌’ ବିଷୟରେ ସ୍ପଷ୍ଟ ଭାବେ ଅବଗତ କରାଉଛନ୍ତି । ବାତ୍ୟା ଆଉ କେତେ ଦୂରରେ ଅଛି, ତାର ବେଗ କେତେ, କେଉଁଠି ଓ କେତେବେଳେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି । ଏ ସବୁ ବିଷୟରେ ସେ ଜଣାଉଛନ୍ତି । ତେଣୁ ସାରା ଦେଶ ସହ ବିଶ୍ୱର ନଜର ମଧ୍ୟ ତାଙ୍କ ଉପରେ ରହୁଛି । ତାଙ୍କ ଆକଳନ ଉପରେ ତର୍ଜମା ବି ଚାଲିଛି । ସେ ହେଉଛନ୍ତି ଡ. ମୃତ୍ୟୁଞ୍ଜୟ ମହାପାତ୍ର । ଭରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡିର ଡିଜି । ଯିଏକି ଜଣେ ଓଡ଼ିଆ । ମୃତ୍ୟୁଞ୍ଜୟଙ୍କ ଘର ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଘଣ୍ଟେଶ୍ୱର ଗାଁରେ । ସବୁ ବାତ୍ୟାର ଆକଳନ କରୁଥିବା ମୃତ୍ୟୁଞ୍ଜୟଙ୍କ ଗାଁ ଏଥର ରହିଛି ବାତ୍ୟା ‘ୟସ୍‌’ର ଟାର୍ଗେଟ୍‌ରେ ।

ଭୀଷଣ ଆକାର ଧାରଣ କରି ମାଡ଼ି ଆସୁଥିବା ବାତ୍ୟା ‘ୟସ୍‌’ ଚାନ୍ଦିପୁର ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଇଛି । ଏହି ଅଞ୍ଚଳ ଭିତରେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟଙ୍କ ଗାଁ ବି ଆସୁଛି ।

ସାମୁଦ୍ରିକ ଝଡ଼ ଫନି ହେଉ କି ଅମ୍ଫାନ ଅବା ତାଉ-ତେ ଅନେକ ବାତ୍ୟାର ସଠିକ୍‌ ଆକଳନ କରି ଚାଲିଥିବା ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ‘ୟସ୍‌’ ଉପରେ ପୂର୍ବାନୁମାନ ମଧ୍ୟ ଠିକ୍‌ ସାବ୍ୟସ୍ତ ହେବାରେ ଲାଗିଛି । ତେଣୁ ତାଙ୍କୁ ‘ସାଇକ୍ଲୋନ୍‌ ମ୍ୟାନ୍‌’ ଭାବେ ଲୋକେ ଆଖ୍ୟା ଦେଇ ସାରିଲେଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.