କିଆ ବୁଦାରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଯାଜପୁର (କେନ୍ୟୁଜ): ମହିଳାଙ୍କ ମୃତ ଦେହ ଉଦ୍ଧାର। ହତ୍ୟା କରିବା ପରେ ପିଙ୍ଗି ଦେଇଥିବା ସନ୍ଦେହ। ଯାଜପୁର ଜିଲ୍ଲା ବୈରୀ ଥାନା ଚମ୍ପାପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗେଙ୍ଗୁଟି ନଦୀକୂଳରେ ଥିବା କିଆ ବୁଦାରୁ ଆଜି ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଶାଣି ନିକଟସ୍ଥ କିଆ ବୁଦାରେ ଜଣେ ମହିଳାଙ୍କ ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ଖବର ପାଇ ବୈରୀ ଥାନା ପୋଲିସ ସେଠାରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି ।

ତେବେ ମୃତ ମହିଳାଙ୍କ କୌଣସି ପରିଚୟ ମିଳିପାରି ନ ଥିବାବେଳେ ତାଙ୍କର ବୟସ ପ୍ରାୟ ୨୮ରୁ ୩୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ତେବେ ମୃତଦେହ ପଡିଥିବା ଅନତି ଦୂରରେ ଏକ କାଠ ଫାଳିଆ ସହିତ ମହିଳାଙ୍କ ଭ୍ୟାନିଟ, ସୁନାମୁଦି ଓ କିଛି ଗହଣା ପଡିଥିବା ଦେଖିବାକୁ ମିଳିଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଏପଟେ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.