ଆରଏସ୍‌ଏସ୍‌ ପକ୍ଷରୁ ପାଳିତ ହେଉଛି ବିଜୟା ଦଶମୀ ଉତ୍ସବ

ନାଗପୁର(କେନ୍ଯୁଜ୍) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ପାଳିତ ହେଉଛି ବିଜୟା ଦଶମୀ ଉତ୍ସବ । ଏହି ଅବସରରେ ନାଗପୁରରେ ସଂଘ ପକ୍ଷରୁ ପରେଡ୍‌ ଆୟୋଜନ କରାଯାଇଛି । କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ନୋବେଲ ବିଜେତା କୈଳାଶ ସତ୍ୟାର୍ଥୀ । ବିଜୟା ଦଶମୀ ଓ ସଂଘର ପ୍ରତିଷ୍ଠା ଦିବସ ପାଇଁ ସେ ଅଭିନନ୍ଦନ ଜଣାଇଥିଲେ । ସଂଘ ପ୍ରମୁଖ ମୋହନ ଭାଗବତ କାର୍ଯ୍ଯକ୍ରମର ପରିଚାଳନା କରିଥିଲେ ।

nitin-gadkariକେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ବିଜୟା ଦଶମୀ ଉତ୍ସବରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୋହନ ଭାଗବତ କହିଛନ୍ତି, କୌଣସି ବି ରାସ୍ତାରେ ରାମ ମନ୍ଦିର ନିର୍ମାଣ ହେବା ଆବଶ୍ୟକ । ଏଥିପାଇଁ ସରକାର ଏକ ଆଇନ ଆଣନ୍ତୁ । ରାମ ମନ୍ଦିର ନିର୍ମାଣ ହେଲେ ଦେଶରେ ସଦ୍‌ଭାବନାର ମାହୋଲ ଆସିବ ।

RSS1ସେହିପରି ସାବରୀମାଲ ମନ୍ଦିର ଉପରେ ମଧ୍ୟ ମତ ରଖିଛନ୍ତି ମୋହନ ଭାଗବତ । କହିଛନ୍ତି ମନ୍ଦିରର ନିର୍ମାଣ ସ୍ତ୍ରୀ-ପୁରୁଷଙ୍କ ସମ୍ମାନତା ପାଇଁ । କିନ୍ତୁ ବର୍ଷ ବର୍ଷର ପରମ୍ପରା ଭାଙ୍ଗିଯାଇଛି । ଯେଉଁ ମହିଳାମାନେ ଆନ୍ଦୋଳନ କରୁଛନ୍ତି, ସେମାନେ ଆସ୍ଥାକୁ ମାନୁଛନ୍ତି । କୋର୍ଟଙ୍କ ଆଦେଶ ପରେ ସେଠାରେ ଅସନ୍ତୋଷ ଦେଖାଦେଇଛି । ହେଲେ ମହିଳାଙ୍କ କଥା ଶୁଣାଯାଇନଥିବା କହିଛନ୍ତି ମହୋନ ଭାଗବତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.