Below header

ଉଦ୍‌ଯାପିତ ହୋଇଛି ମାଆ ବିରଜାଙ୍କ ପୀଠରେ ନବରାତ୍ର ପୂଜା, ରଥରୁ ଆସି ମନ୍ଦିରରେ ପୂଜା ପାଉଛନ୍ତି ମାଆ

ଯାଜପୁର(କେନ୍ଯୁଜ୍) : ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଉଦ୍‌ଯାପିତ ହୋଇଛି ନବରାତ୍ର ପୂଜା। ସିଂହଧ୍ୱଜ ରଥରୁ ମାଆ ଓହ୍ଲାଇ ଆସି ମନ୍ଦିରରେ ପୂଜା ପାଉଛନ୍ତି। ଗତକାଲି ମହାନବମୀ ଅବସରରେ ବିଳମ୍ବିତ ରାତିରେ ମାଆ ଲାଖବିନ୍ଧା ପଡିଆକୁ ଯାଇ ୪ଦିଗକୁ ସର ନିକ୍ଷେପ କରି ସମାଜର ପାପ ନାଶ କରିଛନ୍ତି।

mmaaପବିତ୍ର ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଡଶ ଦିବସୀୟ ପୂଜା ଦଶମୀ ଦିନ ଶେଷ ହୋଇଥାଏ। ୯ ଦିନ ଧରି ମହାଆଡମ୍ବର ସହକାରେ ମାଆଙ୍କ ପୂଜା କରାଯାଇଥିଲା।

rathaଶେଷ ଦିନରେ ମାଆଙ୍କ ରଥଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଥିଲା। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.