Below header

ଲଗାତାର ୧୧ଦିନ ବଢିବା ପରେ ଆଜି ପେଟ୍ରୋଲ ୨୧ ପଇସା ଓ ଡିଜେଲ ୧୧ ପଇସା କମିଛି

ଦିଲ୍ଲୀ(କେନ୍ଯୁଜ୍) : ତୈଳ ଦର ଚିନ୍ତାରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି। ଲଗାତାର ୧୧ଦିନ ବଢିବା ପରେ ଆଜି ପେଟ୍ରୋଲ ୨୧ ପଇସା ଓ ଡିଜେଲ ୧୧ପଇସା କମିଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ୮୨ଟଙ୍କା ୬୨ପଇସା ଓ ଡିଜେଲ ୭୫ଟଙ୍କା ୫୮ପଇସାରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ୮୮ ଟଙ୍କା ୮ପଇସା ଓ ଡିଜେଲ ୭୯ଟଙ୍କା ୭୪ପଇସା ହୋଇଛି। ଗତ ୧୧ଦିନ ଧରି ପେଟ୍ରୋଲ ଲିଟର ୧ଟଙ୍କା ୩୩ପଇସା  ଡିଜେଲ ୨ଟଙ୍କା ୭୪ପଇସା ବଢିଥିଲା। ଗତ ଅକ୍ଟୋବର ୪ତାରିଖରେ କେନ୍ଦ୍ର ସରକାର ତୈଳ ଦର ଉପରେ ୨ଟଙ୍କା ୫୦ପଇସା କମାଇଥିଲେ। କିନ୍ତୁ ଏହାପରେ ଲଗାତାର ଭାବେ ବଢିଚାଲିଥିଲା ଦର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.