ରୁଷ୍‌ର ବଡ଼ ଆକ୍ରମଣ! ୟୁକ୍ରେନର ବ୍ୟସ୍ତବହୁଳ ରେଳ ଷ୍ଟେସନକୁ ମାଡ଼ କଲା ରକେଟ୍‌; ୨୨ ଜଣଙ୍କ ମୃତ୍ୟୁ

ୟୁକ୍ରେନର ସ୍ୱାଧୀନତା ଦିବସ ପାଳନ ଚାଲିଥିବା ବେଳେ ସେପଟେ ରକେଟ୍‌ ମାଡ଼ କରିଛି ରୁଷ୍‌। ୟୁକ୍ରେନର ଏକ ବ୍ୟସ୍ତବହୁଳ ରେଲେଓ୍ଵ ଷ୍ଟେସନ ଉପରେ ରୁଷ୍‌ ରକେଟ୍‌ ଆକ୍ରମଣ କରିଛି। ଏହି ଆକ୍ରମଣରେ ପାଖାପାଖି ୨୨ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରାଷ୍ଟ୍ରପତି ଜେଲେନସ୍କି ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। କହି ରଖୁଛୁ, ଜେଲେନସ୍କି ଅନେକ ଦିନ ଆଗରୁ ଏ ନେଇ ଚେତାବନୀ ଦେଇ ଆସୁଥିଲେ। ସେ କହୁଥିଲେ ଯେ ରୁଷ୍‌ ଚଳିତ ସପ୍ତାହରେ କୌଣସି ବି ପ୍ରକାରେ ବର୍ବର କାଣ୍ଡ ଘଟାଇବାକୁ ପ୍ରୟାସ କରିପାରେ।

ରିପୋର୍ଟ ଅନୁସାରେ, ଜେଲେନସ୍କି ଭିଡିଓ ମାଧ୍ୟମରେ ମିଳିତ ଜାତିସଙ୍ଘ ସୁରକ୍ଷା ପରିଷଦକୁ କହିଛନ୍ତି, ଏହି ଘାତକ ଆକ୍ରମଣ ନିପ୍ରୋପେଟ୍ରୋବସ୍କ ଅଞ୍ଚଳର ଚ୍ୟାପଲନେ ସହରରେ ହୋଇଛି। ସହରର ଜନସଂଖ୍ୟା ପାଖାପାଖି ୩,୫୦୦।

ଜେଲେନସ୍କିଙ୍କ ସୂଚନା ଅନୁସାରେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁ ସଂଖ୍ୟା ଆହୁରି ବି ବଢ଼ିପାରେ। ସେପଟେ ୟୁକ୍ରେନ ରାଷ୍ଟ୍ରପତି ପ୍ରଶାସନର ଉପ ପ୍ରମୁଖ କିରିଲ ଟିମୋଶେଙ୍କୋ ନିଜ ଟେଲିଗ୍ରାମ ଚ୍ୟାନେଲରେ ଏକ ବାର୍ତ୍ତା ଜରିଆରେ କହିଛନ୍ତି ଯେ ଏହି ଆକ୍ରମଣରେ ଜଣେ ୧୧ ବର୍ଷ ପିଲାର ମୃତ୍ୟୁ ଘଟିଛି। କହି ରଖୁଛୁ, ଆକ୍ରମଣର ପୂର୍ବ ଦିନ ୟୁକ୍ରେନ ନିୟନ୍ତ୍ରିତ ଅଞ୍ଚଳରେ ଆକାଶ ମାର୍ଗ ଆକ୍ରମଣ ନେଇ ସାଇରନ୍‌ ବଜାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.