ୟୁକ୍ରେନକୁ ୩ ପଟୁ ଆକ୍ରମଣ କରୁଛି ରୁଷ: ୭ ମୃତ, ୯ ଆହତ

ୟୁକ୍ରେନ-ରୁଷିଆରେ ଆରମ୍ଭ ହୋଇଛି ଯୁଦ୍ଧ। ୟୁକ୍ରେନ ଉପରକୁ ୩ ପଟରୁ ଆକ୍ରମଣ କରୁଛି ରୁଷ। ଏହି ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଥିବା କହିଛି ୟୁକ୍ରେନ। ଲୁହାନସ୍କ ଅଞ୍ଚଳର ୨ଟି ସହର ଅକ୍ତିଆର କରିଥିବା ନେଇ ରୁଷିଆ ସମର୍ଥିତ ବିଚ୍ଛନତାବାଦୀ ଦାବି କରିଛି।
#WATCH: A video reportedly shows a Russian missile hitting the Ivano-Frankivsk airport in western Ukraine #RussiaUkraineConflict pic.twitter.com/a0igXIyZ6w
— INDIA NARRATIVE (@india_narrative) February 24, 2022
ଅନ୍ୟପଟେ ୟୁକ୍ରେନ ଏୟାରପୋର୍ଟ ଉପରକୁ ମିସାଇଲ ମାଡ଼ କରିଛି ରୁଷିଆ। ଏୟାରପୋର୍ଟରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏବେ ସହର ଆଡକୁ ଟ୍ୟାଙ୍କ ସହ ବଢୁଛି ରୁଷ ସେନା। ରାସ୍ତାରେ ମିସାଇଲର ଖଣ୍ଡ ବିଖଣ୍ଡିତ ଅଂଶ ପଡିଛି । କିଛି ପୋଲିସ ଅଫିସର ଏହାର ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। କିଭ ଓ ଖାରକିଭ ସ୍ଥିତ ମିଲିଟାରୀ ବେସ୍ ଉପରେ ରୁଷିଆ ମିସାଇଲ ଆଟାକ୍ କରିଛି । ୟୁକ୍ରେନର ବହୁ ସହରରେ ବିସ୍ଫୋରଣ ଶୁଣିବାକୁ ମିଳିଛି। ୟୁକ୍ରେନ ଉପରେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା ପରେ ଲଗାତର ଆକ୍ରମଣ କରୁଛି ରୁଷିଆ। ୟୁକ୍ରେନ୍ ନ ମାନିଲେ ଯୁଦ୍ଧ ହିଁ ହେବ। ଘଟଣାରେ କେହି ହସ୍ତକ୍ଷେପ କଲେ ପରିଣାମ ଭୋଗିବ ବୋଲି ପୁଟିନ ଚେତାବନୀ ଦେଇଛନ୍ତି ।