Below header

ରଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ଙ୍କୁ ଘାରିଲା ପାର୍‌କିନ୍‌ସନ ରୋଗ ଭୟ, ଜାନୁଆରୀରେ ଛାଡିପାରନ୍ତି ପଦବୀ

ରଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ ଆଗାମୀ ଜାନୁଆରୀରେ ତାଙ୍କର ପଦବୀ ଛାଡ଼ି ପାରନ୍ତି । ସେ ଦୀର୍ଘ ଦିନ ଧରି ପାରକିନ୍‌ସନ୍‌ ରୋଗରେ ପୀଡିତ ଥିବାରୁ ଦୁର୍ବଳତା ଅନୁଭବ କରୁଛନ୍ତି । ଏପରିକି ଦୁର୍ବଳତା ଯୋଗୁ ସେ ତାଙ୍କ ହାତରେ କଲମ ଧରିବାରେ ମଧ୍ୟ ଅସୁବିଧା ଅନୁଭବ କରୁଥିଲେ । ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ଏପରି ନିଷ୍ପତ୍ତି ନେବାକୁ ସେ ଚିନ୍ତା କରୁଥିବା ଜଣାଯାଇଛି ।

ପୁଟିନ ଦୀର୍ଘ ୨୦ ବର୍ଷ ଧରି ରଷିଆର ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି । ଯଦି ବା ସେ ରଷିଆର ରାଷ୍ଟ୍ରପତି ପଦରୁ ଇସ୍ତଫା ଦିଅନ୍ତି ତଥାପି ବିଧାନ ପାଳିକା ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦେବାକୁ ଇଚ୍ଛା କରିଛି । ପୁଟିନଙ୍କ ଅସୁସ୍ଥତା ଦେଖି ତାଙ୍କର ୩୭ ବର୍ଷ ବୟସ୍କା ପୂର୍ବତନ ପ୍ରେମିକା ପଦବୀ ଛାଡିବାକୁ ତାଙ୍କୁ ନିବେଦନ କରଛନ୍ତି ।

ଏଥିସହ ପୁଟନିଙ୍କ ଦୁଇଝିଅ ମାରିଆ (୩୫) ଓ କ୍ୟାଟ୍ରିନା(୩୪) ମଧ୍ୟ ପିତାଙ୍କୁ ପଦ ଛାଡି ବିଶ୍ରାମ ନେବାକୁ ଅନୁରୋଧ କରିଛନ୍ତି ବୋଲି ମସ୍କୋର ରାଜନୈତିକ ପରାମର୍ଶଦାତା ପ୍ରଫେସର ଭାଲେରି ସଲୋଭି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.