କରୋନା କାଳରେ ଫୁସଫୁସକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତ, ତେବେ ପିଇବାକୁ ଭୁଲନ୍ତୁନି ଏହି ଚାହା

ଏବେ ଦେଶ ତଥା ରାଜ୍ୟରେ କରୋନାର ଭୟଙ୍କର ପ୍ରଭାବ ଜାରି ରହିଛି । ଆଗକୁ ଆସୁଥିବା ଶୀତ ଋତୁରେ ଏହାର ପ୍ରଭାବ ଆହୁରି ବଢି ଯାଇପାରେ ବୋଲି ଆଶଙ୍କା କରାଯାଉଛି । କରୋନା ଆକ୍ରାନ୍ତ ରୋଗୀଙ୍କର ଫୁସଫୁସ ହିଁ ସର୍ବାଧିକ ସଂକ୍ରମିତ ହେଉଥିବା ଦେଖାଦେଉଛି । ଆଉ ଏହି ଫୁସଫୁସ ସଂକ୍ରମଣ କାରଣରୁ ଅନେକଙ୍କର ମୃତ୍ୟୁ ହେଉଥିବା ନେଇ ଜଣାଯାଇଛି । କିନ୍ତୁ ଜାଣନ୍ତିକି ଅତି ସଧାରଣ ଘରୋଇ ଉପଚାରରେ ଆପଣ ନିଜ ଫୁସଫୁସକୁ ସୁରକ୍ଷିତ ରଖିପାରିବେ । ନିୟମିତ ରୂପେ ଏହି ଆୟୁର୍ବେଦୀୟ ଚାହାର ସେବନ ଦ୍ୱାରା ବାୟୁମଣ୍ଡଳର ବିଷାକ୍ତ ଧୂଳି କଣା ଦାଉରୁ ବି ଫୁସଫୁସକୁ ସୁରକ୍ଷିତ ରକ୍ଷା କରା ଯାଇପାରିବ । ନିଜ ହାତରେ ଏକ ହର୍ବାଲ ଚାହା ନିୟମିତ ଭାବରେ ସେବନ କଲେ ଆପଣଙ୍କ ଫୁସଫୁସ ସୁସ୍ଥ ରହିବା ସହ ବାହ୍ୟ ଧୂଳିକଣାରୁ ମୁକ୍ତି ମିଳିପାରିବ । ଏହା ସହ ଶରୀରର ରୋଗ ପ୍ରତିରୋଧି କ୍ଷମତା ମଧ୍ୟ ବୃଦ୍ଧି ପାଇବ । ତେବେ ସେହି ଚାହା ପାଇଁ ଆବଶ୍ୟକୀୟ ସାମଗ୍ରୀ ବାବଦରେ ଜାଣି ରଖିବା ।

ଆବଶ୍ୟକୀୟ ସାମଗ୍ରୀ:

-ଖଣ୍ଡେ ଅଦା

-ଖଣ୍ଡେ ଡାଲଚିନି

-କିଛି ତୁଳସୀ ପତ୍ର

herbal tea

 

-ଗୋଟେ ଚାମଚ ଜୁଆଣି

-ପେପର କର୍ଣ୍ଣ

-୨ରୁ ୩ ଟି ଗୁଜୁରାତି

-ଗୋଟେ ଚାମଚ ପାନମଧୁରୀ

ପ୍ରସ୍ତୁତି ପ୍ରଣାଳୀ:

ସମସ୍ତ ସାମଗ୍ରୀକୁ ପ୍ରଥମେ ଏକ ପାତ୍ରରେ ନିଅନ୍ତୁ । ଏବେ ଏଥିରେ ଗୋଟେ ଗ୍ଲାସ ପାଣି ଦିଅନ୍ତୁ । ଏବେ ଏହି ପାଣିକୁ ୧୦ ମିନିଟ ପାଇଁ ଫୁଟାନ୍ତୁ । ଏବେ ଏକ କପରେ ଚାହା ପରି ଛାଣି ଦିଅନ୍ତୁ । ସ୍ୱାଦ ବଢାଇବା ପାଇଁ ଆପଣ ନିଜ ଚାହାରେ ଗୁଡ କିମ୍ବା ମହୁ ମିଶେଇ ପାରିବେ ।

ମାନେ ରଖିବେ ଏହି ହର୍ବାଲ ଚାହା ପିଇଲେ ଆପଣଙ୍କ ଶରୀର ଗରମ ହୋଇଯାଇପାରେ । ତେଣୁ ଶରୀରର ତାପମାତ୍ରା ଠିକ ରଖିବା ପାଇଁ ଦିନ ସାରା ପ୍ରଚୁର ପାଣି ପିଅନ୍ତୁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.