ନିଆରା ଅନ୍ଦାଜରେ ପ୍ରେମିକାଙ୍କୁ ପ୍ରପୋଜ କଲେ ସୈନିକ, ଭିଡିଓ ହେଉଛି ଭାଇରାଲ

ଫେବୃଆରୀ ୧୪ ତାରିଖକୁ ଭାଲେଣ୍ଟାଇନ ଡେ ଭାବେ ପାଳନ କରାଯାଉଛି। ଏହିଦିନ ପ୍ରେମୀ ଯୁଗଳ ନିଜର ପ୍ରେମକୁ ପରିପ୍ରକାଶ କରିବା ପାଇଁ ବିଭିନ୍ନ ପ୍ରକାର ତରିକା ଆପଣାଇଥାନ୍ତି। କିନ୍ତୁ ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ପ୍ରେମିକ ପ୍ରେମିକା ବିଭିନ୍ନ ପ୍ରକାର ଅନ୍ଦାଜରେ ନିଜ ପାଟର୍ନରଙ୍କୁ ପ୍ରପୋଜ କରିଥାନ୍ତି। ଏମିତି ଏକ ଖାସ୍‌ ଅନ୍ଦାଜରେ ନିଜ ପ୍ରେମିକାକୁ ପ୍ରେମ ନିବେଦନ କରିଛନ୍ତି ଜଣେ ସୈନିକ। ସୈନିକ ଜଣକ ଟ୍ୟାଙ୍କ ସାହାଯ୍ୟରେ ହାର୍ଟ କରି ନିଜର ପ୍ରେମିକାକୁ ପ୍ରପୋଜ କରିଛନ୍ତି।

video courtesy : rappler


ସୈନିକ ଜଣକୁ ମସ୍କୋ ଆଲବିନୋ ଟ୍ରେନିଂ ଗ୍ରାଉଣ୍ଡରେ ନିଜର ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପାଇଁ ୧୬ଟି ଟ୍ୟାଙ୍କ T-72B3 ସାହାଯ୍ୟରେ ହାର୍ଟ ବନାଇଥିଲେ। ତା’ପରେ ନିଜ ପ୍ରେମିକାଙ୍କୁ ସରପ୍ରାଇଜ ଦେଇଥିଲେ। ପ୍ରେମିକା ଆଲେକଜାଣ୍ଡର ସୈନିକ ଡେନିକ ଅନେକ ବର୍ଷ ଧରି ପ୍ରେମ କରୁଥିଲେ। ଏହି ଭିଡିଓକୁ ଦେଖି ଆଲେକଜାଣ୍ଡର ଭାବୁକ ହୋଇପଡିଥିଲେ। ଏହି ଭିଡିଓକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପୋଷ୍ଟ ମଧ୍ୟ କରିଛି। ସୂଚନାଯୋଗ୍ୟ, ଏହି ଟ୍ୟାଙ୍କ ସବୁ ଟ୍ୟାଙ୍କ ବାର୍ଷିକ ଭିକ୍ଟୋରି ପାରେଡରେ କେବଳ ଭାଗ ନେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.