ମୁଁ ପାଠ ପଢ଼ିବି, ପାରାଦୀପର ତିଳୋତ୍ତମାଙ୍କ ଦୃଢ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ବୟସ, ୫୩ ବର୍ଷରେ ଦେବେ ମାଟ୍ରିକ୍ ପରୀକ୍ଷା
ପାରାଦୀପ: ଦୃଢ ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି ବୟସ । ଯାହା ପ୍ରମାଣ କରି ଦେଖାଇଛନ୍ତି ୫୩ ବର୍ଷୀୟ ତିଳୋତ୍ତମା ପାତ୍ର । ଏ ବୟସରେ ବି ସେ ଦେଉଛନ୍ତୁ ମାଟ୍ରିକ୍ ପରୀକ୍ଷା । ପାରାଦୀପ ସ୍ଥିତ ନୂଆବଜାର ଅଞ୍ଚଳରେ ଝୁମ୍ପୁଡ଼ି ବସ୍ତିରେ ରହନ୍ତି ତିଳୋତ୍ତମା । ଆସନ୍ତାକାଲି ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏଥିପାଇଁ ସେ ଖୁବ୍ ପ୍ରସ୍ତୁତି କରିଛନ୍ତି । କୁଜଙ୍ଗ ବି.ବି ହାଇସ୍କୁଲରେ ପରୀକ୍ଷା ଦେବେ ତିଳୋତ୍ତମା ।
ଦ୍ୱିତୀୟ ଶ୍ରେଣୀରୁ ପାଠ ଛାଡ଼ିଥିବା ତିଳୋତ୍ତମା ବିବାହ ପରେ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରିଥିଲେ । ୧୯୯୨ରେ ତତ୍କାଳିନ ବନ୍ଦର ଅଧୀକ୍ଷକଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ସାକ୍ଷରଣ ସମିତି ସହାୟତାରେ ଆରମ୍ଭ କରିଥିଲେ ପାଠପଢା । କାଲି ମାଟ୍ରିକ୍ ପରୀକ୍ଷା ଦେବାକୁ ବେସ୍ ଉତ୍ସାହିତ ଅଛନ୍ତି ତିଳୋତ୍ତମା ।