Below header

ନିଜ ସରକାର ବିରୋଧରେ ଅନଶନ ଆରମ୍ଭ କଲେ ସଚିନ ପାଇଲଟ୍‌, କାମ ଦେଲାନି କଂଗ୍ରେସର ଚେତାବନୀ

ରାଜସ୍ଥାନ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜ ରାଜ୍ୟ ସରକାର ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି। ପୂର୍ବର ବାସୁନ୍ଧରା ରାଜେ ନେତୃତ୍ୱାଧୀନ ବିଜେପି ସରକାର ସମୟରେ ହୋଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ପାଇଲଟ ଏକ ଦିବସୀୟ ଅନଶନରେ ବସିଛନ୍ତି।

ରାଜସ୍ଥାନ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜ ରାଜ୍ୟ ସରକାର ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି। ପୂର୍ବର ବାସୁନ୍ଧରା ରାଜେ ନେତୃତ୍ୱାଧୀନ ବିଜେପି ସରକାର ସମୟରେ ହୋଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଆଜି ପାଇଲଟ ଏକ ଦିବସୀୟ ଅନଶନରେ ବସିଛନ୍ତି। ସଚିନ ଜୟପୁରର ଶହୀଦ ସ୍ମାରକ ସମ୍ମୁଖରେ ଅନଶନ କରୁଛନ୍ତି।

ରାଜସ୍ଥାନ ସିଏମ ଅଶୋକ ଗେହଲଟଙ୍କ ବିରୋଧରେ ଏହି ଅନଶନ କରିଛନ୍ତି ସଚିନ ପାଇଲଟ। ବାସ୍ତବରେ, ପାଇଲଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଗତ ଦୁଇ ବର୍ଷ ଧରି ସିଏମଙ୍କୁ ଅନେକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ବିଜେପି ଶାସନ ସମୟରେ ଅନେକ ଦୁର୍ନୀତି ହୋଇଥିଲା ଏବଂ ଏହି କାରଣରୁ ଆମର ସରକାର ଗଠନ ହୋଇଥିଲା, କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ପାଇଲଟଙ୍କ କହିବା ହେଲା, ସେ ରାଜ୍ୟରୁ ଦୁର୍ନୀତି ଶେଷ ହେବାକୁ ଚାହୁଁଛନ୍ତି। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି, ଏହି ଦାବିକୁ ନେଇ ସେ ଆଜି ଅନଶନ କରୁଛନ୍ତି। କହି ରଖୁଛୁ ଯେ ସଚିନଙ୍କ ଅନଶନର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲା। ଦଳ କହିଥିଲା ଯେ ଏହି ଅନଶନକୁ ଦଳ ବିରୋଧୀ କାର୍ଯ୍ୟକଳାପ ଭାବେ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.