ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରେ ବିବାଦ : ଭୁବନେଶ୍ୱରର ବାଇକ ଚାଳକଙ୍କ ନାଁରେ କଟିଛି କେନ୍ଦ୍ରାପଡାର କାର ଚାଲାଣ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରେ ସମସ୍ୟା । ଭୁବନେଶ୍ୱରରେ ଥିବା ଏକ ବାଇକର ଫାଇନ କଟିଛି କେନ୍ଦ୍ରାପଡାରେ ତା ପୁଣି କାର ନାଁରେ ।

ଭୁବନେଶ୍ୱର (କେନ୍ୟୁଜ): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନିୟମ ଲାଗୁ ହେବା ପରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି । ସେହିପରି ଏକ ଅଦ୍ଭୁତ ଘଟଣା କେନ୍ଦ୍ରାପଡାରୁ ଆସିଛି। ଭୁବନେଶ୍ୱରରେ ଥିବା ଏକ ବାଇକର ଫାଇନ କଟିଛି କେନ୍ଦ୍ରାପଡାରେ ତା ପୁଣି କାର ନାଁରେ ।

ସୂଚନା ଅନୁସାରେ ଭୁବନେଶ୍ୱରରେ ଏକ ପ୍ୟାସନ ପ୍ଲସ ବାଇକ ମାଲିକଙ୍କ ପାଖକୁ ଆସିଛି ୯୦୦୦ ଟଙ୍କାର କାର ଚାଲାଣ । ବାଇକ ଚାଳକ ଜଣଙ୍କ ଇନ୍ସୁରାନ୍ସ, ଡ଼ିଏଲ ଓ ଓଭର ସ୍ପିଡିଙ୍ଗ ନିୟମକୁ ଉଲ୍ଲଘନ କରିଥିବାରୁ ଏହି ଫାଇନ ଆସିଛି। ଏହା ସମ୍ପୂର୍ଣ୍ଣ ରୂପରେ ଫେକ ବୋଲି ଜଣା ପଡିଛି। କାରଣ ବାଇକ ଚାଳକ ହାଇ ସିକୁରିଟି ନମ୍ବର ପ୍ଲେଟରେ ଭୁବନେଶ୍ୱରରେ ବାଇକ ଚଲାଉ ଥିବା ବେଳେ ସେହି ସମାନ ନମ୍ବରରେ କେନ୍ଦ୍ରାପଡାରେ ମଧ୍ୟ ଏକ କାର ଚାଲୁଛି । ତେବେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଗୋଟିଏ ନମ୍ବରରେ କିପରି କାର ଓ ବାଇକ ଚାଲିପାରି ସେନେଇ ପ୍ରଶ୍ନ ଉଠାଇଛନ୍ତି ବାଇକ ଚାଳକ। ତେବେ ବାଇକ ଚାଳକ କେନ୍ଦ୍ରାପଡା RTO ନାଁରେ ମାମଲା ରୁଜୁ କରିବେ ବୋଲି ଧମକ ଦେବା ସହ ଫାଇନ ଦେବି ନାହିଁ ବୋଲି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.