Below header

ମହିଳାଙ୍କ ସହ ସମ୍ପର୍କ ଅଭିଯୋଗ ପରେ ବାବା କାଟି ଦେଲେ ଯୌନାଙ୍ଗ

ବମନା  (ଉତ୍ତର ପ୍ରଦେଶ) : ଜଣେ ବାବାଙ୍କ ବିରୋଧରେ ଆସିଲା ମହିଳାଙ୍କ ସହ ସମ୍ପର୍କ ଅଭିଯୋଗ । ବାବାଙ୍କ ମର୍ଯ୍ୟାଦା କ୍ଷୁଣ୍ଣ ହେଲା । ନିଜର ଅସମ୍ମାନ ସହି ପାରିଲେନି । ତେଣୁ ନିଜ ଯୌନାଙ୍ଗକୁ କାଟି ପକାଇଲେ । ଏବେ ବାବା ଡାକ୍ତରଖାନାରେ ।

SADHU

ଘଟଣା ଘଟିଛି ଉତ୍ତର ପ୍ରଦେଶର ବମନାର କମସିନ ଗାଁରେ । ଲକ୍ଷ୍ନୌରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ରହିଛି ଏହି ଗାଁ । ଆହତ ବାବା ମଦାନି ଏବେ ବାମନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଗୋଟିଏ ଖାଲି ଜାଗାରେ ସେ ନିଜର ଆଶ୍ରମ କରିବାକୁ ଉଦ୍ୟମ କରୁଥିଲେ । ତେବେ ଗାଁର କିଛି ଲୋକ ଏହାକୁ ବିରୋଧ କରୁଥିଲେ । ପରେ ଷଡ଼ଯନ୍ତ୍ର କରି ତାଙ୍କ ବିରୋଧରେ ଗାଁର ଜଣେ ମହିଳାଙ୍କ ସହିତ ସମ୍ପର୍କ ଅଭିଯୋଗ ଆଣିଛନ୍ତି । ଏଥିରେ କ୍ଷୁବଧ ହୋଇ ବାବା ନିଜର ଯୌନାଙ୍ଗକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ତାଙ୍କର ଚିକିତ୍ସା ଚାଲିଛି । ଏପଟେ ପୋଲିସ୍ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.