ରାଜଧାନୀ ବାସିନ୍ଦାଙ୍କୁ ପଦେ, ଏବେ ଯଦି ମେଢ଼ ଦେଖିବାକୁ ବାହାରୁଛନ୍ତି ତେବେ ଟିକେ ସତର୍କ ରୁହନ୍ତୁ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିବସ । ଦଶହରା । ବିଜୟା ଦଶମୀ । ତେଣୁ ସାରା ରାଜ୍ୟରେ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗିଛି । ତେବେ ସବୁଠୁ ଅଧିକ ଗହଳି ହୋଇଛି ରାଜଧାନୀ ଭୁବନେଶ୍ବରର କିଛି ପୂଜା ମଣ୍ଡପରେ । କାରଣ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ରାବଣପୋଡ଼ି କାର୍ଯ୍ୟକ୍ରମ । ଏହାକୁ ଦେଖିବା ଲାଗି ପରିବାର ସହ ଲୋକେ ମଣ୍ଡପ ନିକଟରେ ପହଞ୍ଚିଛନ୍ତି । ହେଲେ ଭିଡ଼ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପୋଲି କର୍ମଚାରୀ ନାହାନ୍ତି । ବିଶେଷ କରି ଜାତୀୟ ରାଜପଥ ନିକଟରେ ଥିବା ପୂଜା ମଣ୍ଡପ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିଛି । ଜାତୀୟ ରାଜପଥ ଉପରେ ଶହ ଶହ ଲୋକଙ୍କ ସହିତ ଯାନବାହନ ମଧ୍ୟ ଅନେକ ସମୟ ଧରି ଅଟକି ରହୁଛି ।

TRAFFIC-2

ହଂସପାଳ ଛକରୁ ବରମୁଣ୍ଡା ଯାଏ ଫ୍ଲାଏ ଓଭର ସମେତ ପାର୍ଶ୍ବ ରାସ୍ତାରେ ଅସମ୍ଭବ ଗହଳି ଲାଗିଛି । ପଳାଶୁଣୀ ଛକ, ନୂଆପଲ୍ଲୀ ଓ ବରମୁଣ୍ଡାରେ ଦୁର୍ଗମେଢ଼ ସବୁ ରାସ୍ତା ପାଖାପାଖି ରହିଥିବାରୁ ଏଭଳି ସ୍ଥିତି ଉପିଜିଛି । ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ସେଭଳି କିଛି ସ୍ବତନ୍ତ୍ର ବନ୍ଦୋବସ୍ତ ହୋଇ ନାହିଁ । ବାଇକରେ ଆସିଥିବା ଲୋକେ ରାସ୍ତା କଡ଼ରେ ଗାଡ଼ି ରଖି ମେଢ଼ ଦେଖିବାକୁ ଚାଲି ଯାଉଛନ୍ତି । ଏପଟେ ଚାରି ଚକିଆ ଗଡ଼ି ବାଲା ବେଶି ହଇରାଣ ହେଉଛନ୍ତି । ସେମାନଙ୍କ ପାର୍କିଂ ପାଇଁ ଜାଗା ନାହିଁ ।

ତେଣୁ ବର୍ତ୍ତମାନ ମେଢ଼ ଦେଖିବାକୁ ବାହାରୁଥିବା ଲୋକେ ଟିକେ ସାବଧାନ ହୋଇ ପାହାରନ୍ତୁ । ନଚେତ ପିଲାଛୁଆ ନେଇ ଭିଡ଼ରେ ଫସିଯିବାର ଆଶଙ୍କା ରହିଛି । ଅତିକମରେ ପଳାଶୁଣୀ, ନୂଆପଲ୍ଲୀ ଓ ବରମୁଣ୍ଡା ଦୁର୍ଗାମୂର୍ତ୍ତି ଦର୍ଶନ ପାଇଁ ଆସୁଥିବା ଲୋକେ ବେଶି ସତର୍କ ରୁହନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.