ରାକ୍ଷୀ ପୂର୍ବରୁ ଭଉଣୀକୁ ଛାଡି ଚାଲିଗଲା ଭାଇ, ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ମା’କୁ ନିବସ୍ତ୍ର କରି ବୁଲାଇଲେ ଅପରାଧୀ
ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ପିନ୍ଧାଉଥିବା ରାକ୍ଷୀର ମାନ ରଖିବା ପାଇଁ ଭଉଣୀକୁ ହେଉଥିବା ଦୁବ୍ୟର୍ବହାରର ବଦଲା ନେବାକୁ ଯାଇଥିଲା ଭାଇ । କିନ୍ତୁ ସବୁଦିନ ପାଇଁ ଆଖି ବୁଜିଦେଲା ଭାଇ । ଏ ମଣିଷରୂପୀ ରାକ୍ଷସ ତାକୁ ପିଟିପିଟି ମାରିଦେଇଛନ୍ତି ।

ରାକ୍ଷୀ ପୂର୍ବରୁ ଭଉଣୀକୁ ଛାଡି ଚାଲିଗଲା ଭାଇ । ଏବର୍ଷ ଆଉ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବନ ଭଉଣୀ । ଭାଇ ଭାଇ ଯେତେ ଡାକିଲେ ବି ଆଉ ଫେରିବନି ଭାଇ । କାହିଁକିନା ଭାଇ ସବୁଦିନ ପାଇଁ ଚାଲିଯାଇଛି ଆରପାରିକୁ । ଭଉଣୀର ସୁରକ୍ଷା ପାଇଁ ଜୀବନକୁ ବଳି ଦେଇଦେଇଛି ଭାଇ । ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ପିନ୍ଧାଉଥିବା ରାକ୍ଷୀର ମାନ ରଖିବା ପାଇଁ ଭଉଣୀକୁ ହେଉଥିବା ଦୁବ୍ୟର୍ବହାରର ବଦଲା ନେବାକୁ ଯାଇଥିଲା ଭାଇ । କିନ୍ତୁ ସବୁଦିନ ପାଇଁ ଆଖି ବୁଜିଦେଲା ଭାଇ । ଏ ମଣିଷରୂପୀ ରାକ୍ଷସ ତାକୁ ପିଟିପିଟି ମାରିଦେଇଛନ୍ତି ।
ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଜଣେ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହା ପୁଣିଥରେ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଛିଡା କରିଛି । ଅଭିଯୋଗ ମୁତାବକ କିଛି ଅସାମାଜିକ ଯୁବକ ଜଣେ ଝିଅ ସହିତ ବାରମ୍ବାର ଖରାପ ବ୍ୟବହାର କରୁଥିଲେ । ଏନେଇ ଝିଅର ଭାଇ ପ୍ରତିବାଦ କରିବାରୁ ଅସାମାଜିକ ଯୁବକମାନେ ଦଳିତ ଯୁବକଟିକୁ ପିଟି ପିଟି ହତ୍ୟା କରିବା ସହିତ ସଂପୃକ୍ତ ଯୁବକର ମା ଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଇଥିଲେ । ଏହି ସମୟରେ ସେଠାରେ ପାଖାପାଖିି ୭୦ ଜଣ ଲୋକ ମହଜୁଦ ଥିଲେ । କିନ୍ତୁ କେହି ହେଲେ ବି ପାଟି ଫିଟାଇଲେନି, ଖାଲି ସାଜିଥିଲେ ଦେଖଣାହାରୀ ।
ଜଣେ ଦଳିତ ଯୁବତୀଙ୍କୁ କିଛି ଅସାମାଜିକ ଯୁବକ ବାରମ୍ବାର ଖରାପ ବ୍ୟବହାର କରୁଥିଲେ । ଏନେଇ ଯୁବତୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଅପରାଧୀ ପ୍ରବୃତ୍ତିର ଏହି ଆସାମାଜିକ ଯୁବକମାନେ ଯୁବତୀଙ୍କ ପରିବାର ଲୋକଙ୍କୁ ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଉଥିଲେ । ହେଲେ ଯୁବତୀଙ୍କ ପରିବାର ଥାନାରୁ ମାମଲା ପ୍ରତ୍ୟାହାର ନକରିବାରୁ ଏଭଳି କାଣ୍ଡ ଘଟାଇଛନ୍ତି ସେହି ଆସାମାଜିକ ଯୁବକମାନେ ।
ଘଟଣା ସାମ୍ନାକୁ ଆସିବା ପରେ ଚିରାଚରିତ ଢଙ୍ଗରେ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ସୂଚନା ମୁତାବକ ଏହି ଘଟଣା ଖୁରଇ ଦେହାତ ଥାନା ଅଞ୍ଚଳରେ ଘଟିଛି । କିଛି ଅସାମାଜିକ ଯୁବକ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ଏନେଇ ଅଭିଯୋଗ ହେବା ପରେ ପୋଲିସ ତରଫରୁ ୧୨ ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି । ଏହାସହ ୯ଜଣଙ୍କୁ ଗିରଫ ମଧ୍ୟ କରିଛି ।