Below header

୧୨୦ ଯାତ୍ରୀଙ୍କୁ କୋଚିରେ ଛାଡି ଉଡିଗଲା ସାଉଦୀଆରବ ଏୟାରଲାଇନ୍ସର ବିମାନ, ରାତିସାରା ବସି ରହିଲେ ଯାତ୍ରୀ

କୋଚି ବିମାନ ବନ୍ଦରରୁ ଏମିତି ଏକ ଖବର ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ସାଉଦୀଆରବ ଏୟାରଲାଇନ୍ସର ଏକ ବିମାନ ଶହେରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ କୋଚି ବିମାନବନ୍ଦରରେ ଛାଡି ଊଢିଯାଇଛି । ଯାହାଫଳରେ ଯାତ୍ରୀମାନେ ରାତିସାରା ବିମାନ ବନ୍ଦରରେ ଏପଟ ସେପଟ ହେଉଥିବା ଦେଖିବାକୁ ମଳିଥିଲା । 

କୋଚି ବିମାନ ବନ୍ଦରରୁ ଏମିତି ଏକ ଖବର ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ସାଉଦୀଆରବ ଏୟାରଲାଇନ୍ସର ଏକ ବିମାନ ଶହେରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ କୋଚି ବିମାନବନ୍ଦରରେ ଛାଡି ଊଢିଯାଇଛି । ଯାହାଫଳରେ ଯାତ୍ରୀମାନେ ରାତିସାରା ବିମାନ ବନ୍ଦରରେ ଏପଟ ସେପଟ ହେଉଥିବା ଦେଖିବାକୁ ମଳିଥିଲା ।

ଘଟଣା ଘଟିଥିଲା ଶନିବାର ରାତିରେ । ରାତି ପ୍ରାୟ ୮ଟା ୨୫ ସମୟରେ ବିମାନ ଷ୍ଟାଫଙ୍କ ତରଫରୁ ବିମାନର ଯନ୍ତ୍ରାଂଶରେ ତ୍ରୁଟି ନେଇ ଘୋଷଣା କରାଯାଇଥିଲା । ସବୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାକୁ କୁହାଯାଇଥିଲା । ହେଲେ ରାତି ୧୧ ଟାରେ ବିମାନ କେବଳ କାନଡା ଓ ଆମେରିକାକୁ ଫ୍ଲାଇଟ ବୁକ୍‌ କରିଥିବା ଯାତ୍ରୀଙ୍କୁ ନେଇ ଉଡିଯାଇଥିଲା । ଅନ୍ୟ ଯାତ୍ରୀମାନେ ବିମାନ ବନ୍ଦରରେ କେବଳ ଅପେକ୍ଷା କରିବା ସାର ହୋଇଥିଲା । ଯାତ୍ରୀମାନେ ପାଟିତୁଣ୍ଡ କରିବା ପରେ ଯାତ୍ରୀଙ୍କୁ ନିକଟସ୍ଥ ହୋଟେଲରେ ରଖିବା ବ୍ୟବସ୍ଥା କରାଯାଇଥିଲା ।

କିଛି ଯାତ୍ରୀ ବିମାନ କର୍ତ୍ତୃପକ୍ଷଙ୍କ ଏପରି ବ୍ୟବହାରକୁ କଡା ସମାଲୋଚନା କରିଛନ୍ତି । ସେମାନେ ବିମାନ ଯାତ୍ରା ପାଇଁ ସମସ୍ତ ଔପଚାରିକ ସମାପ୍ତ କରିଥିଲେ ମଧ୍ୟ କ’ଣ ପାଇଁ ଏପରି କରାଗଲା ବୋଲି ପ୍ରଶ୍ନ କରିଛନ୍ତି । କିଛି ଯାତ୍ରୀଙ୍କର ଭିସାର ସମୟ ସୀମା ମଧ୍ୟ ସରିଯିବାକୁ ବସିଛି ।

ଆଉ କିଛି ଯାତ୍ରୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ସୋମବାର ଅଫିସରେ ଜଏନ କରିବାକୁ ଥିଲା । ଯଦି ସେମାନେ ନପହଞ୍ଚିବେ ତ ସେମାନଙ୍କ ଚାକିରି ଯିବାର ଆଶଙ୍କା ରହିଛି ବୋଲି କହିଛନ୍ତି । ବିମାନ ବାତିଲ ସମ୍ପର୍କରେ ସେମାନଙ୍କୁ ପୂର୍ବରୁ କୌଣସି ସୂଚନା ଦିଆଯାଇ ନଥିଲା ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ବିମାନ ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କ ଅସୁବିଧା ସମ୍ପର୍କରେ କିଛି ଶୁଣୁନଥିବା ଯାତ୍ରୀମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.