Below header

ଅଗଷ୍ଟ ପରେ ଖୋଲିପାରେ ସ୍କୁଲ୍‌ : ସୂଚନା ଦେଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ, ଜାଣନ୍ତୁ କ’ଣ ରହିଛି ପ୍ଲାନ୍‌

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜଗୁଡିକୁ ଅଗଷ୍ଟ ମାସ ପରେ ଖୋଲିବାକୁ ଯୋଜନା କରାଯାଉଛି ବୋଲି ମାନବ ସମ୍ବଳ ବିକାଶ (ଏଚ୍‌ଆର୍‌ଡି) ମନ୍ତ୍ରୀ ରମେଶ ପୋଖରିଓ୍ଵାଲ୍‌ ପ୍ରକାଶ କରିଛନ୍ତି । ଏଥି ପୂର୍ବରୁ ଜୁନ ମାସରେ ସ୍କୁଲ୍‌ ଓ କଲେଜ୍‌ ଖୋଲିବା ନେଇ ପ୍ରକାଶ ପାଇଥିଲା ।

ମାତ୍ର କରୋନା ପ୍ରଭାବକୁ ଦେଖି ପୁଣି ଥରେ ସ୍କୁଲ୍‌ ଓ କଲେଜ୍‌କୁ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା । ହେଲେ ଦେଶରେ ଯେଉଁ ଭାବରେ କରୋନା ମାମଲା ବଢ଼ି ବଢ଼ି ଚାଲିଛି ଏହାକୁ ଦେଖି ସରକାର ପୁଣି ଥରେ ସ୍କୁଲ ଓ କଲେଜ ଖୋଲିବା ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ।

ନିକଟରେ ବିବିସି ନ୍ୟୁଜ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ମନ୍ତ୍ରୀ କହିଛନ୍ତି ଯେ ସ୍କୁଲ ଓ କଲେଜ ଅଗଷ୍ଟ ୨୦୨୦ ପରେ ହିଁ ଖୋଲିବ । କାରଣ କରୋନା ପ୍ରଭାବ ଏଯାଏ କମିନି । ଆବଶ୍ୟକ ପଡିଲେ ଆମେ ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବୁ ।

school

କାରଣ ପ୍ରଧାନମନ୍ତ୍ରୀ ବାରମ୍ବାର ସୁରକ୍ଷା ଉପରେ ଜୋର୍‌ ଦେଇଛନ୍ତି । ତେଣୁ ଆମେ ପିଲାଙ୍କ ସୂରକ୍ଷା ଉପର ଅଧିକ ଦୃଷ୍ଟି ଦେଉଛୁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଆହୁରି ଟ୍ଵିଟର କରି କହିଛନ୍ତି ଯେ ଯେଉଁମାନେ ଅନ୍‌ଲାଇନ୍‌ରେ ପଢ଼ି ପାରୁନାହାଁନ୍ତି ସେମାନେ ଦୂରଦର୍ଶନ ଓ ରେଡିଓର ଉପଯୋଗ ମଧ୍ୟ କରିପାରିବେ । ଯଦି ସ୍କୁଲ ଖୋଲିବାକୁ ପଡେ ତେବେ ବଡ଼ କ୍ଲାସ ପିଲାଙ୍କ ପାଇଁ ଖୋଲିବ ।

ଅଷ୍ଟମ ଶ୍ରେଣୀରୁ ତଳକୁ ଥିବା ପିଲାମାନେ ଘରେ ରହି ପାଠପଢ଼ିବେ । ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ର ଶିକ୍ଷାନୁଷ୍ଠାନ ଖୋଲିବାକୁ ଚନ୍ତା କରାଯାଉଛି । ତେବେ ଏଠାରେ ସାମାଜିକ ଦୂରତ୍ୱ ସହ ଦୁଇ ବ୍ୟାଚ୍‌ରେ ପିଲାଙ୍କୁ ପଢ଼ାଯିବ ।

ସ୍କୁଲ୍‌ରେ ଥର୍ମାଲ ସ୍କାନିଂ ସହ ୩ ସିଟ୍‌ ବାଲା ସିଟରେ ୨ ଜଣ ଛାତ୍ର ବସିବାକୁ ନିଷ୍ପତ୍ତି ନିଆଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ୧୬ ମାର୍ଚ୍ଚରୁ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ଦେଶରେ ପ୍ରାୟ ୩୩ କୋଟି ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଖୋଲିବାକୁ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.