ପୃଥିବୀ ଭିତରେ ଏ ହେଉଛି ଏମିତି ଜୀବ ଯାହାର ବଞ୍ଚିବା ପାଇଁ ଆବଶ୍ୟକ ପଡେନି ଅମ୍ଳଜାନ୍‌, କ’ଣ ରହିଛି କାରଣ

ନୂଆଦିଲ୍ଲୀ : ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଏମତି ଏକ ପରଜୀବୀର ସନ୍ଧାନ କରିଛନ୍ତି ଯାହାର ବଞ୍ଚିବା ପାଇଁ ଅମ୍ଳଜାନର ଆବଶ୍ୟକ ପଡେନାହିଁ । ସାଧାରଣତଃ ଯେ କୈାଣସି ଜୀବର ବଞ୍ଚିବା ପାଇଁ ଅମ୍ଳଜାନର ଆବଶ୍ୟକତା ଅଛି ବୋଲି ଆଜିଯାଏ ଧାରଣା ରହିଛି ।

parasite

ହେଲେ ଗବେଷକମାନେ କିଛି ଜୀବଙ୍କ ବିଷୟରେ ସନ୍ଧାନ କରିବା ପରେ ଏହି ଧାରଣା ଭୁଲ୍‌ ବୋଲି ପ୍ରମାଣିତ ହୋଇଛି । ସବୁ ଜୀବଙ୍କ ପାଇଁ ଅମ୍ଳଜାନର ଆବଶ୍ୟକତା ପଡେନି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

ଜେଲି ଫିସ୍‌ ଭଳି ଦେଖାଯାଉଥିବା ଏହି ବହୁ କୋଷୀୟ ପରଜୀବୀ ଯାହାର ପ୍ରଶ୍ୱାସ ନେବା ଆବଶ୍ୟକ ପଡ଼େନି । ଏହି ଜୀବ ମଧ୍ୟରେ ମାଇଟୋକୋଣ୍ଡ୍ରିଆ ସୃଷ୍ଟି ହେଉ ନଥିବାରୁ ଏହାର ଅମ୍ଳଜାନ ଆବଶ୍ୟକ ପଡେନି । ଏହି ଛୋଟ ପରଜୀବୀ ସାଲ୍‌ମନ୍‌ ଭିତରେ ଦେଖିବାକୁ ମିଳିଛି ।

animal-surviving-without-oxygen

ପ୍ରାୟତଃ ୧.୩୫ କୋଟି ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ଜୀବ ସତ୍ତାର ସନ୍ଧାନ ମିଳିଥିଲା । ସେବେଠୁ ଜୀବନର ମୁଖ୍ୟ ଆଧାର ଅମ୍ଳଜାନ ବୋଲି ବୈଜ୍ଞାନିକମାନେ କହିଆସୁଛନ୍ତି ।

ହେଲେ ସାଲ୍‌ମନ ଭିତରେ ରହୁଥିବା ଏହି ପରଜୀବୀ ସନ୍ଧାନ ମିଳିବା ପରେ ବୈଜ୍ଞାନିକମାନଙ୍କ ଅମ୍ଳଜାନକୁ ନେଇ ଥିବା ଧାରଣା ବଦଳିଛି । ସାଲମନ୍‌ ଭିତରେ ବିନା ଅମ୍ଳଜାନରେ ବଞ୍ଚୁଥିବା ଏହି ପରଜୀବୀର ସନ୍ଧାନ ପ୍ରଥମଥର ପାଇଁ ନଜରକୁ ଆସିଛି ।

parasite-3

ଇଜ୍ରାଏଲ୍‌ ତେଲ୍‌ ଅଭିବ୍‌ ୟୁନିଭରସିଟିର ବୈଜ୍ଞାନିକ ଡାୟନା ୟାହାଲୋମୀ କହିଛନ୍ତି ଯେ ଏହି ପରଜୀବୀ ସାରା ଜୀବନ କାଳ ସାଲ୍‌ମନ୍‌ ଭିତରେ ସମାପ୍ତ ହୋଇଥାଏ । ଏହି ଗବେଷଣା ପୃଥିବୀ ବାହାରେ ଜୀବନ ଖୋଜୁଥିବା ବୈଜ୍ଞାନିକମାନଙ୍କ ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.