Below header

ରସୁଣ ତେଲରୁ କରୋନା ଔଷଧ ବିକଶିତ କରିବା କାମରେ ଲାଗିଛନ୍ତି ବୈଜ୍ଞାନିକ, ଛ’ ମାସରୁ ବର୍ଷେ ଭିତରେ ମିଳିପାରେ

ଭାରତୀୟ ଆୟୁର୍ବେଦ ଚିକିତ୍ସା ସର୍ବପୁରାତନ ଚିକିତ୍ସା । ଏହି ଆୟୁର୍ବେଦ ଚିକିତ୍ସା ପଦ୍ଧତି ଦ୍ୱାରା ତ୍ରେତୟାରେ ଲକ୍ଷ୍ମଣଙ୍କ ଶକ୍ତି ଭେଦର ଚିକିତ୍ସା ମଧ୍ୟ କରାଯାଇ ତାଙ୍କୁ ଆରୋଗ୍ୟ କରାଯାଇଥିଲା ।

ଏବେ ଆୟୁର୍ବେଦୀୟ ଚିକିତ୍ସା ମାଧ୍ୟମରେ କରୋନାକୁ ଜୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୋହାଲି ବାୟୋଟେକ୍‌ନୋଲୋଜି ସେଣ୍ଟର ଅଫ୍‌ ଇନୋଭେଟିଭ୍‌ ଆଣ୍ଡ ଆପ୍‌ଲାଏଡ୍‌ ବାୟୋପ୍ରୋସେସିଙ୍ଗ୍‌ ବିଭାଗର ବୈଜ୍ଞାନିକମାନେ । ସେମାନେ ରସୁଣ ତେଲରୁ କରୋନା ରୋଗକୁ ପ୍ରତିହତ କରିବା ପାଇଁ ଏକ ନାଜାଲ ଡ୍ରପ୍‌ ବିକାଶ କରିବା ପାଇଁ ଗବେଷଣା ଚଳାଇଛନ୍ତି ।

garlic

ବିଶେଷକରି କରୋନା ଯୋଗୁ ହାର୍ଟ କଞ୍ଜେକସନ୍‌କୁ ରୋକିବା ପାଇଁ ଏକ ନାଜାଲ ସ୍ପ୍ରେ କିଟ୍‌ ନିର୍ମାଣ କରିବା କାମରେ ଏହି ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିବା ଜଣାଯାଇଛି ।

ଏହାସହିତ ସଂକ୍ରମଣକୁ ରୋକିବା ପାଇଁ ହଳଦୀଠୁ ବାହାରୁଥିବା କରକ୍ୟୁମିନ୍‌କୁ ପ୍ରୋଟିନ୍‌ ପାଉଡର ସହ ମିଶାଇ ଏକ ଔଷଧ ପ୍ରସ୍ତୁତ କରିବାକୁ ଗବେଷଣା ଚାଲିଛି । ଯଦି ସବୁ ଠିକ୍‌ ଠାକ୍‌ ଚାଲେ ଏହି ଔଷଧ ୬ ମାସରୁ ୧ ବର୍ଷ ମଧ୍ୟରେ ଉପଲବ୍ଧ ହେବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.