Below header

ବିମାନରେ ଯାତ୍ରା କରିବା ସମୟରେ ମହିଳାଙ୍କ ପ୍ୟାଣ୍ଟରେ ପଶିଯାଇଥିଲା ଏକ ବିଛା, ଆଉ ତା’ପରେ…

ଉଡ଼ାଜାହଜରେ ବିଭିନ୍ନ ବିଚିତ୍ର ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି। କେତେବେଳେ ଫ୍ଲାଇଟ୍‌ରୁ ସାପ ବାହାରୁଛି ତ ଆଉ କେତେବେଳେ ଉଡ଼ନ୍ତା ବିମାନରେ ଯାତ୍ରୀ ଯୋଗ କରୁଛନ୍ତି। କିନ୍ତୁ ଉଡ଼ାଜାହଜରୁ ବିଛା ବାହାରୁଥିବା ବୋଧେ ଆପଣ କେବେ ଶୁଣିନଥିବେ। ୟୁନାଇଟେଡ୍‌ ଏୟାରଲାଇନ୍ସର ଉଡ଼ାଜାହାଜରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳାଙ୍କ ପ୍ୟାଣ୍ଟରେ ଏକ ବିଛା ପଶିଯାଇଥିଲା। ବିଛାଟି ବାରମ୍ବାର ମହିଳାଙ୍କ ପାଦକୁ କାମୁଡ଼ିବା ପରେ ଘଟଣା ପଦାକୁ ଆସିଥିଲା। ମହିଳା ବିଶ୍ରାମ ଗୃହକୁ ଯାଇ ଦେଖିବାରୁ ପ୍ୟାଣ୍ଟରେ ଏକ ବିଛା ଥିବା ଜାଣିବାକୁ ପାଇଥିଲେ।

ମହିଳା ଜଣକ ୟୁନାଇଟେଡ୍‌ ଏୟାରଲାଇନ୍ସରେ ସାନ୍‌ ଫ୍ରାନ୍ସିସ୍‌କୋରୁ ଅଟଲାଣ୍ଟା ଯାଉଥିଲେ। ବାରମ୍ବାର ବିଛା ତାଙ୍କ ପାଦକୁ କାମୁଡ଼ିବା ଦ୍ୱାରା ସେ ଗୁରୁତର ହୋଇପଡ଼ିଥିଲେ। ବିମାନରୁ ଓହ୍ଲାଇବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ମହିଳାଙ୍କ ସ୍ୱାସ୍ଥାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।

ସ୍ପିଡ୍‌ବାର୍ଡ ତରଫରୁ ମହିଳାଙ୍କ ଶରୀରରୁ ବାହାରିଥିବା ବିଛାର ଫଟୋ ସେୟାର କରାଯାଇଛି। ପୂର୍ବରୁ ଫେବ୍ରୁଆରୀ ମାସରେ ମଧ୍ୟ ଏକ ଏଭଳି ଘଟଣା ଘଟିଥିଲା। ଏୟାର ଟ୍ରାଞ୍ଜେଟ୍‌ ବିମାନରେ ଜଣେ ଯାତ୍ରୀଙ୍କୁ ଏକ ବିଛା କାମୁଡ଼ିବାରୁ ସେ ଗୁରୁତର ହୋଇପଡ଼ିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.