ଭଗବାନ ପର୍ଶୁରାମ ଓ କୁଶଙ୍କ ଦ୍ୱାରା ସ୍ଥାପନ ହୋଇଥିଲା ଏହି ଦୁଇ ମନ୍ଦିର, ପଢନ୍ତୁ ଏହାର ଇତିହାସ

ଉତ୍ତରପ୍ରଦେଶ ନବାବଗଞ୍ଜ ଗଞ୍ଜ ଠାରେ ଅବସ୍ଥିତ ଦୁର୍ଗା ମନ୍ଦିର ଓ କୁସୁମବି ଠାରେ ଅବସ୍ଥିତ ମା’ ଦୁର୍ଗାଙ୍କ ମନ୍ଦିର ପୂରା ଏକା ଭଳି । ନାଁ ଓ ସ୍ଥାନରେ ଭିନ୍ନତା ଥିଲେ ମଧ୍ୟ ଏମାନଙ୍କ ପ୍ରତିମା, ମନ୍ଦିର ପରିସର ଓ ପ୍ରତିମା ସ୍ଥଳ ସବୁ କିଛି ପ୍ରାୟ ଏକା ଭଳି ହିଁ ହୋଇଥାଏ । ଯଦି ଆପଣ ଦୁଇଟି ମନ୍ଦିର  କମ ସମୟ ବ୍ୟବଧାନରେ ଯାଆନ୍ତି ତେବେ ଆପଣଙ୍କୁ ଲାଗିବ ଯେମିତି ଗୋଟିଏ ମନ୍ଦିର ଦୁଇଥର ଯାଇଛନ୍ତି । ବିଶ୍ୱାସ ଅଛି କି ଏହି ଦୁଇ ଦେବୀ ହେଉଛନ୍ତି ଦୁଇ ଭଉଣୀ । ଆଉ ମଧ୍ୟ ବିଶ୍ଵାସ ଅଛି କି ଏ ଦୁଇ ଭିତରୁ ଗୋଟିଏ ମନ୍ଦିରର ସ୍ଥାପନା ଭଗବାନ ପର୍ଶୁରାମ କରିଥିବା ବେଳେ ଅନ୍ୟ ଟିର ସ୍ଥାପନା ସୀତା ପୁତ୍ର କୁଶ କରିଥିଲେ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏ ଦୁଇ ମନ୍ଦିରର ଇତିହାସ
ପୁରାଣ ଅନୁଯାୟୀ ଭଗବାନ ପର୍ଶୁରାମ ପିତା ଯମଦଗ୍ନିଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ହିଁ କ୍ଷତ୍ରିୟ ବଂଶକୁ ସମ୍ପୁର୍ଣ୍ଣ ରୂପେ ଧ୍ବଂସ କରିଦେବାର ପ୍ରଣ ନେଇଥିଲେ ।

mandir

ତେଣୁ ନିଜ ଶକ୍ତି ସାମର୍ଥ୍ୟ ବଢାଇବା ପାଇଁ ସେ ମା’ ଦୁର୍ଗାଙ୍କର ପ୍ରତିମା ସ୍ଥାପନ କରି ମା’ ଙ୍କର ଆରାଧନା କରିଥିଲେ । ସେହି ଦିନ ଠାରୁ ହିଁ ସେହି ସ୍ଥାନରେ ହିଁ ଦେବୀଙ୍କ ପୂଜାର୍ଚ୍ଚନା ହୋଇଆସୁଛି । ଲୋକକଥା ଅନୁଯାୟୀ ଏଠାରେ କୌଣସି ବି ମନସ୍କାମନା ଖାଲି ଯାଇନଥାଏ । ତେଣୁ ଏହିଠାକୁ ବହୁ ଦୂର ଦୂରାନ୍ତରୁ ଲୋକ ମା’ଙ୍କୁ ନିଜ ମନ କଥା ଜଣାଇବାକୁ ଆସିଥାନ୍ତି । ଏହି ମା’ ଦୁର୍ଗାଙ୍କ ମନ୍ଦିରର ପ୍ରାୟ ୩ କିମି ଦୂରରେ ଅବସ୍ଥିତ ଉନାଓ ସ୍ଥିତ ଦେବୀ କୁସହାରୀଙ୍କ ମନ୍ଦିର । ବିଶ୍ୱାସ ଅଛିକି ଏହି ମନ୍ଦିରର ସ୍ଥାପନ ଭଗବାନ ରାମଙ୍କ ପୁତ୍ର କୁଶଙ୍କ ଦ୍ୱାରା ହିଁ ହୋଇଥିଲା । ତେଣୁ ଦେବୀଙ୍କ ନାମ ବି ତାଙ୍କ ଅନୁସାରେ ହିଁ ହୋଇଛି । ପୌରାଣିକ କଥା ଅନୁଯାୟୀ ଲକ୍ଷ୍ମଣ ବଡ ଭାଇ ଶ୍ରୀରାମଙ୍କ ଆଦେଶ ପାଳନ କରି ମାତା ସୀତାଙ୍କୁ ବଣରେ ଛାଡିବାକୁ ଯାଇଥିଲେ । ଭାଉଜଙ୍କ ପାଇଁ ପାଣି ଆଣିବାକୁ ଯାଉଥିବା ସମୟରେ ହିଁ ସେ ଏକ କୂଅ ଭିତରେ ଦେବୀଙ୍କ ମୂର୍ତ୍ତି ଥିବାର ଦେଖିଥିଲେ ।

mandir

ପରେ ଦେବୀଙ୍କୁ ଉଦ୍ଧାର କରିଥିଲେ ଓ ଏକ ବର ଗଛ ମୂଳରେ ରଖିଥିଲେ । ପରବର୍ତ୍ତୀ ସମୟରେ ସୀତା ପୁତ୍ର କୁଶ ଅଶ୍ୱମେଧ ଯଜ୍ଞ ସମୟରେ ଦେବୀଙ୍କର ସ୍ଥାପନ କରିଥିଲେ । କୁଶାହାରୀ ମନ୍ଦିର ନିକଟରେ ଏକ ସରୋବର ଅଛି । ଏହାର ଜଳକୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରାଯାଏ । ଏଠାକୁ ଆସୁଥିବା ଦର୍ଶନାର୍ଥୀ ମାନେ ମା’ ଙ୍କ ସହ ଏହି ସରୋବରର ବି ଦର୍ଶନ କରିଥାନ୍ତି । ନବାବଗଞ୍ଜ, ଉନାଓ ଠାରେ ଅବସ୍ଥିତ ମା ଦୁର୍ଗାଙ୍କ ମନ୍ଦିର ଓ କିଛି ଦୂରରେ ଅବସ୍ଥିତ କୁଶାହାରୀଙ୍କ ମନ୍ଦିର ବିଲକୁଲ ଏକା ଭଳି ହିଁ ହୋଇଥାଏ । ଏମିତିକି ମନ୍ଦିରର ପ୍ରତିମା ଓ ବିଗ୍ରହ ମଧ୍ୟ ଏକାଭଳି । ମାନ୍ୟତା ଅଛି କି ଏହି ଦୁଇ ଦେବୀ ଦୁଇ ଜାଅଁଳା ଭଉଣୀ । ଭକ୍ତଙ୍କ ଅନୁଯାୟୀ କୁଶାହାରୀ ଦେବୀ ସମସ୍ତ ପ୍ରକାର ଦୁରାରୋଗ୍ୟ ମାନଙ୍କ ଠାରୁ ମୁକ୍ତି ଦେଇଥାନ୍ତି । ଦେଶ ବିଦେଶର ଡାକ୍ତରଙ୍କ ଠାରୁ ଚିକିତ୍ସା କରାଇବା ପରେ ମଧ୍ୟ ରୋଗ ନ କମୁଥିଲେ ମା’ ଙ୍କ ପାଖକୁ ଆସି ଗୁହାରି କଲେ ନିଶ୍ଚିତ ରୂପେ ରୋଗରୁ ମୁକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.