କଶ୍ମୀରରୁ ଆତଙ୍କୀଙ୍କୁ ନିପାତ ପାଇଁ ଜୋରଦାର ଅପରେସନ୍‌ ଜାରି

କଶ୍ମୀରରୁ ଆତଙ୍କୀଙ୍କୁ ନିପାତ ପାଇଁ ଜୋରଦାର ଅପରେସନ୍‌ । ଗତକାଲି ଆତଙ୍କବାଦୀ-ସୁରକ୍ଷାବଳ ଏନ୍‌କାଉଣ୍ଟରରେ ୫ ଯବାନ ସହିଦ ହେବା ପରେ ଚାଲିଛି ଅପରେସନ । କାଣ୍ଡି ଫରେଷ୍ଟରେ ସେନା ଚଳାଇଛି ଅପରେସନ ତ୍ରିନେତ୍ର। ଆତଙ୍କବାଦୀଙ୍କୁ ଖୋଜିଖୋଜି ମାରୁଛନ୍ତି ସୁରକ୍ଷାକର୍ମୀ । ବାରମୂଳାରେ ଜଣେ ଲସ୍କର-ଇ-ତୋଇବାର ଆତଙ୍କବାଦୀ ନିହତ ହୋଇଛନ୍ତି ।

ନୂଆଦିଲ୍ଲୀ : କଶ୍ମୀରରୁ ଆତଙ୍କୀଙ୍କୁ ନିପାତ ପାଇଁ ଜୋରଦାର ଅପରେସନ୍‌ । ଗତକାଲି ଆତଙ୍କବାଦୀ-ସୁରକ୍ଷାବଳ ଏନ୍‌କାଉଣ୍ଟରରେ ୫ ଯବାନ ସହିଦ ହେବା ପରେ ଚାଲିଛି ଅପରେସନ । କାଣ୍ଡି ଫରେଷ୍ଟରେ ସେନା ଚଳାଇଛି ଅପରେସନ ତ୍ରିନେତ୍ର। ଆତଙ୍କବାଦୀଙ୍କୁ ଖୋଜିଖୋଜି ମାରୁଛନ୍ତି ସୁରକ୍ଷାକର୍ମୀ । ବାରମୂଳାରେ ଜଣେ ଲସ୍କର-ଇ-ତୋଇବାର ଆତଙ୍କବାଦୀ ନିହତ ହୋଇଛନ୍ତି ।

ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା ରହିଛି । ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଆକାଶମାର୍ଗରୁ ହେଲିକପ୍ଟରରେ ଆତଙ୍କୀ ଆଡ୍ଡା ଚିହ୍ନଟ କରାଯାଉଛି । ସ୍ଥିତିର ସମୀକ୍ଷା ପାଇଁ ଜମ୍ମୁରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରଜୌରୀରେ ଗ୍ରାଉଣ୍ଡ ଜିରୋରେ ସୁରକ୍ଷା ସ୍ଥିତିର କରିଛନ୍ତି ରାଜନାଥ । ଗତକାଲି ଉତ୍ତର କାଶ୍ମୀରର ବାରମୂଲା ଅଂଚଳରେ ଆତଙ୍କବାଦୀମାନେ ସକ୍ରିୟ ଥିବା ଖବର ପାଇ ଆରମ୍ଭ ହୋଇଥିଲା ଅପରେସନ୍‌ ।

ଏଥିରେ ଦୁଇଜଣ ଲସ୍କର ଆତଙ୍କୀ ନିହତ ହୋଇଥିଲେ । ସେମାନଙ୍କ ଠାରୁ ଗୋଟିଏ ଏକେ ୪୭ ରାଇଫଲ, ଗୋଟିଏ ପିସ୍ତଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କୁପୱାରାରେ ହୋଇଥିବା ଅପରେସନରେ ମଧ୍ୟ ଦୁଇ ଆତଙ୍କବାଦ ନିହତ ହୋଇଥିଲେ । ସେପଟେ ସହିଦ ଯବାନମାନଙ୍କୁ ଆଜି ଗାର୍ଡ଼ ଅଫ୍‌ ଅନର ଦିଆଯାଇଛି । ପରେ ସେମାନଙ୍କ ମରଶରୀରକୁ ନିଜ ଜନ୍ମ ମାଟିକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.