ଆଜି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୩୦ଟି ଆସନ ପାଇଁ ଚାଲିଛି ମତଦାନ

କୋଲକତା: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିଲା ଭୋଟ୍‌ । ୩୦ଟି ଆସନ ପାଇଁ ଚାଲିଛି ମତଦାନ । ମଇଦାନରେ ଅଛନ୍ତି ୧୭୧ ପ୍ରାର୍ଥୀ । ତେବେ ସମସ୍ତଙ୍କ ନଜର ରହିଛି ହାଇପ୍ରୋଫାଇଲ୍‌ ଆସନ ନନ୍ଦିଗ୍ରାମ ଉପରେ । ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ । ଏଠାରେ ସିପିଏମ୍‌ ପ୍ରାର୍ଥୀ ଅଛନ୍ତି ମୀନାକ୍ଷୀ ମୁଖାର୍ଜୀ । ସକାଳୁ ସକାଳୁ ଶୁଭେନ୍ଦୁ ଅଧିକାରୀ ଭୋଟ୍‌ ଦେଇଛନ୍ତି । ମୋଟର ସାଇକେଲରେ ଆସି ବୁଥ୍‌ ନମ୍ବର ୭୬ରେ ଭୋଟ୍‌ ଦେଇଥିଲେ ଶୁଭେନ୍ଦୁ ଅଧିକାରୀ ।

ଦ୍ୱିତୀୟ ପର୍ଯ୍ୟାୟରେ ୪ଜିଲ୍ଲା ଦକ୍ଷିଣ ୨୪ ପ୍ରଗଣାର ୪, ବାଙ୍କୁରାର ୮ ଓ ପଶ୍ଚିମ ମେଦିନିପୁରର ୯ ଓ ପୂର୍ବ ମେଦିନିପୁର ୯ଟି ସିଟ ପାଇଁ ଭୋଟିଂ ଚାଲିଛି । ୨୦୧୬ ବିଧାନସଭା ନିର୍ବାଚନରେ ୩୦ ଆସନ ଭିତରୁ ୨୩ଟି ସିଟରେ ବାଜି ମାରିଥିଲା ତୃଣମୂଳ କଂଗ୍ରେସ । ୫ଟି ଆସନ ବାମଦଳ ହାତେଇଥିବାବେଳେ କଂଗ୍ରେସ ଓ ବିଜେପି ଖାତାକୁ ଗୋଟିଏ ଲେଖାଏଁ ସିଟ୍‌ ଆସିଥିଲା । କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ବଦଳିଯାଇଛି ରାଜନୈତିକ ସମୀକରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.