Below header

ସୀମା ହାଇଦରଙ୍କୁ ୟୁପି ଏଟିଏସ୍‌ର ୬ ଘଣ୍ଟା ଜେରା, ଚାଲିଛି ପୁରା ନେଟୱାର୍କ ଯାଞ୍ଚ

ପ୍ରେମ ପାଇଁ ସୀମା ହାଇଦର ଭାରତ ଆସିଛନ୍ତି ନା ପାକିସ୍ତାନ ଗୁପ୍ତଚର, ସତ ଜାଣିବାକୁ ତନାଘନା ଚଳାଇଛି ଉତ୍ତରପ୍ରଦେଶର ଆଣ୍ଟି ଟେରୋରିଜିମ୍‌ ସ୍କ୍ଵାଡ୍‌ ।

ଉତ୍ତରପ୍ରଦେଶ: ସୀମା ହାଇଦରଙ୍କୁ ୟୁପି ଏଟିଏସ୍‌ର ୬ ଘଣ୍ଟା ଜେରା । ଗତକାଲି ସୀମା ଓ ତାଙ୍କ ପ୍ରେମିକ ସଚିନଙ୍କୁ ବି ମାରାଥନ ପଚରାଉଚରା ହୋଇଛି । ପ୍ରେମ ପାଇଁ ଭାରତ ଆସିଛନ୍ତି ନା ପାକିସ୍ତାନ ଗୁପ୍ତଚର, ସତ ଜାଣିବାକୁ ତନାଘନା ଚଳାଇଛି ଉତ୍ତରପ୍ରଦେଶର ଆଣ୍ଟି ଟେରୋରିଜିମ୍‌ ସ୍କ୍ଵାଡ୍‌ ।

ସୀମାଙ୍କ ବାବଦରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ନୋଏଡା ଓ ଗାଜିଆବାଦ ପୋଲିସର ସହଯୋଗ ଲୋଡିଛି ଉତ୍ତର ପ୍ରଦେଶ ଏଟିଏସ୍‌ । ସୂଚନା ମୁତାବକ, ପାକିସ୍ତାନରୁ ଦୁବାଇ , ସେଠାରୁ ନେପାଳ ପୁଣି ନେପାଳରୁ ଭାରତ କିପରି ଆସିଲେ ସୀମା ।

seema-haider

ପୁରା ନେଟୱାର୍କ ଯାଞ୍ଚ କରୁଛି ଏଏଟିଏସ୍‌ । ଏହାସହ ସଚିନ ସହ ସୀମାଙ୍କ ସମ୍ପର୍କ କେବେଠାରୁ ଆରମ୍ଭ ହେଲା , ଦୁହିଁଙ୍କ ମଧ୍ୟରେ ଫୋନରେ କ’ଣ କଥାବାର୍ତ୍ତା ହୋଇଛି ସେ ନେଇ ମଧ୍ୟ ଯାଞ୍ଚ ହୋଇଛି ।

ସୂଚନାଥାଉ କି, କିଛି ଦିନ ତଳେ ସୀମା ହାଇଦର୍‌ ପାକିସ୍ତାନ ଛାଡି ଭାରତ ପଳାଇ ଆସିଥିଲେ। ସେ ନିଜ ପିଲାମାନଙ୍କୁ ଧରି ନେପାଳ ରାସ୍ତା ଦେଇ ନୋଏଡାରେ ପହଞ୍ଚିଥିଲେ। ସେବେଠାରୁ ସୀମା ଲଗାତାର ଚର୍ଚ୍ଚାରେ ରହିଛନ୍ତି। ତେବେ ବେଆଇନ ଭାବେ ଏବଂ କାହା ଅଜାଣତରେ ସୀମା ପାକିସ୍ତାନରୁ ଭାରତ ପଳାଇ ଆସିବାକୁ ଅନେକ ପ୍ରକାରର ଆଲୋଚନା ଚାଲିଛି।

ସେ ପାକିସ୍ତାନୀ ଗୁପ୍ତଚର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ପଡୋଶୀ ଦେଶରୁ ହଠାତ୍ ପଳାଇ ଆସିବା ପରେ ଉତ୍ତର ପ୍ରଦେଶ ପୋଲିସ ଏବଂ ଏଟିଏସ୍ ସତର୍କ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.